କଂଗ୍ରେସରେ ମିଶିଲେ ଢେଙ୍କାନାଳର ପୂର୍ବତନ ବିଧାୟକ ନବୀନ ନନ୍ଦ

ଭୁବନେଶ୍ୱର: କଂଗ୍ରେସରେ ମିଶିଲେ ନବୀନ ନନ୍ଦ । ପିସିସି ସଭାପତି ନିରଂଜନ ପଟ୍ଟନାୟକଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବରେ କଂଗ୍ରେସ ଭବନରେ ନିଜ ସମର୍ଥକଙ୍କ ସହ ହାତ ଧରିଛନ୍ତି ଢେଙ୍କାନାଳର ପୂର୍ବତନ ବିଧାୟକ ନବୀନ ନନ୍ଦ । କୋଲକାତାରେ ଢେଙ୍କାନାଳର ପୂର୍ବତନ ବିଧାୟକ ନବୀନ ନନ୍ଦଙ୍କ ଗିରଫଦାରୀକୁ ନେଇ ବିବାଦ ଉପୁଜିବା ପରେ ବିଜୁ ଜନତା ଦଳରୁ ତାଙ୍କୁ ନିଲମ୍ବିତ କରାଯାଇଥିଲା । ବ୍ୟବସାୟ କାମରେ କୋଲକାତା ଯାଇ ସେଠାରେ ପ୍ରଥମେ ନିଖୋଜ ହେବା ପ୍ରଚାରିତ ହେବା ଓ ପରେ କୋଲକାତା ପୁଲିସ ଦ୍ବାରା ଗିରଫ ହେବା ଘଟଣା ଜଣାପଡ଼ିବା ପରେ ନବୀନଙ୍କ ଆଚରଣ ବିବାଦ ଘେରକୁ ଆସିଥିଲା। ଏହା ପରେ ନନ୍ଦଙ୍କୁ ନେଇ ରାଜନୈତିକ ବୟାନବାଜି ମଧ୍ୟ ହୋଇଥିଲା। ଯେଉଁ କାରଣରୁ ତାଙ୍କୁ ବିଜେଡିରୁ ନିଲମ୍ବିତ କରାଯାଇଥିଲା ।