ଓଡିଶାବାସୀଙ୍କୁ ବିଭ୍ରାନ୍ତ ଓ ଭ୍ରମିତ ପାଇଁ ବିଜେପି ଚେଷ୍ଟା ଚଳାଇଛି: ବିଜେଡି

ଭୁବନେଶ୍ୱର: ଓଡିଶା ବିଜେପି ଅଭ୍ୟାସଗତ ଭାବେ ରାଜ୍ୟବାସୀଙ୍କୁ ବିଭ୍ରାନ୍ତ ଓ ଭ୍ରମିତ କରିବା ସହତି ସେମାନଙ୍କୁ ଦ୍ୱନ୍ଦରେ ପକାଇବାକୁ ଚେଷ୍ଟା କରୁଛି । ଏଭଳି କାର୍ଯ୍ୟ ପାଇଁ ଓଡିଶାର ଲୋକମାନେ ସେମାନଙ୍କୁ ବାରମ୍ବାର ପ୍ରତ୍ୟାଖ୍ୟାନ କରୁଥିବାବେଳେ ଓଡ଼ ିଶା ବିଜେପି ଏଥିରୁ କିଛି ଶିଖିପାରୁ ନାହିଁ ବୋଲି କହିଛନ୍ତି ବିଜେଡି ମୁଖପାତ୍ର ଡକ୍ଟର ସସ୍ମିତପାତ୍ର । ବିଜେପି ସାମ୍ବାଦିକ ସମ୍ମିଳନୀର ଜବାବ ଦେଇ ବିଜେଡି ମୁଖପାତ୍ର ଡକ୍ଟର ପାତ୍ର କହିଛନ୍ତି ଯେ ଓଡ଼ିଶା ବିଜେପି ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତିଙ୍କର ଆଜିର ବିବୃତ୍ତିରୁ ଏହା ପ୍ରତିଫଳନ ହେଉଛି ।

ରାଜନୈତିକ ଫାଇଦା ହାସଲ କରିବାକୁ ସେ ପୁନର୍ବାର ଲୋକଙ୍କୁ ଦ୍ୱନ୍ଦରେ ପକାଇବା ଏବଂ ବିଭ୍ରାନ୍ତ କରିବାକୁ ଚେଷ୍ଟା କରିଛନ୍ତି । ଏଭଳି କୌଶଳ ଓଡ଼ ିଶା ବେି ଜପିର ଜାରି ରହିଛି ଏବଂ ସେମାନଙ୍କୁ ଓଡ଼ିଶାର ଲୋକମାନଙ୍କଠାରୁ ଏହା ଆହୁରି ଦୂରେଇ ଦେବ । ଆମେ ଆଶା କରୁଛୁ ଓଡିଶା ବିଜେପିର ଜ୍ଞାନଉଦୟ ହେଉ ଏବଂ ସେମାନେ ବୁଝନ୍ତୁ ଯେ ଓଡିଶାର ଲୋକମାନେ ବୁଦ୍ଧିମାନ ଓ ସ୍ମାର୍ଟ । ସେମାନେ ଓଡିଶା ବିଜେପିର ଏପରି ଶସ୍ତା କୌଶଳ ଦେଖୁଛନ୍ତି ଓ ଏଥିପାଇଁ ସେମାନଙ୍କୁ ବାରମ୍ବାର ପ୍ରତ୍ୟାଖ୍ୟାନ କରୁଛନ୍ତି । ଆଗାମୀ ଦିନରେ ବି ସେମାନଙ୍କୁ ପୁନର୍ବାର ପ୍ରତ୍ୟାଖ୍ୟାନ କରିବେ ବୋଲି ବିଜେଡି ମୁଖପାତ୍ର ଡକ୍ଟର ପାତ୍ର କହିଛନ୍ତି ।