ଏହି ୩ ରାଜ୍ୟରେ ଆଂଶିକ କୋହଳ ହେଲା ଆଫସା ନିୟମ

କେନ୍ଦ୍ର ସରକାର ଆଜି ନାଗାଲାଣ୍ଡ, ଆସାମ ଏବଂ ମଣିପୁରରେ ସଶସ୍ତ୍ର ବଳ ସ୍ୱତନ୍ତ୍ର ଅଧିକାର ଆଇନ (ଆଫସା)କୁ ଆଂଶିକ ଭାବେ କୋହଳ କରିଛନ୍ତି । ଉତରପୂର୍ବ ରାଜ୍ୟରେ ଉଗ୍ରବାଦୀର ଅନ୍ତ ଘଟିଥିବାରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ କହିଛନ୍ତି । ସେ ଏହାର ସମସ୍ତ ଶ୍ରେୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଦେଇଛନ୍ତି ।

ଏହି ନିୟମ ନେଇ ସ୍ଥାନୀୟ ବାସିନ୍ଦା ଅସନ୍ତୁଷ୍ଟ ଥିଲେ । ଉଗ୍ରପନ୍ଥୀଙ୍କ ଉପରେ ଅଙ୍କୁଶ ଲଗାଇବା ପାଇଁ ଏହାକୁ ଲଗା ଯାଇଥିଲା । ଏଥିରେ ସୁରକ୍ଷାକର୍ମୀଙ୍କୁ ସ୍ୱତନ୍ତ୍ର କ୍ଷମତା ପ୍ରଦାନ କରାଯାଇଥିଲା । ପ୍ରାରମ୍ଭିକ ପର୍ଯ୍ୟାୟରେ ଏହାକୁ କୋହଳ କରାଯାଇ ସ୍ଥିତି ଉପରେ ନଜର ରଖାଯିବ । ଏହା ପରେ ପରବର୍ତୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଶାହ କହିଛନ୍ତି ।