ଏସୀୟ ଦୌଡ଼କୁଦ ପ୍ରତିଯୋଗିତା : ଆଜି ଆସିବେ ପାକିସ୍ଥାନ ଖେଳାଳୀ

ଭୁବନେଶ୍ୱର: ଏସୀୟ ଦୌଡ଼କୁଦ ପ୍ରତିଯୋଗିତା ଲାଗି ବହୁ ପ୍ରତୀକ୍ଷିତ ପାକିସ୍ତାନ ଦଳ ସୋମବାର ଭୁବନେଶ୍ୱର ପହଞ୍ଚିବ। ଭାରତ ସରକାର ଭିସା ଅନୁମୋଦନ କରିବା ପରେ ୬ ଜଣ ଖେଳାଳି ଏବଂ ୨ ଜଣ ପ୍ରଶିକ୍ଷକଙ୍କୁ ନେଇ ପାକିସ୍ତାନ ଦଳ ଆସୁଥିବା ସୂଚନା ଦିଆଯାଇଛି। ସୋମବାର ରାତି ୯ଟାରେ ଏହି ୮ ଜଣିଆ ପାକିସ୍ତାନ ଦଳ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବେ ବୋଲି ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବସେବା ସଚିବ ଭିନିଲ କ୍ରିଷ୍ଣା ପ୍ରକାଶ କରିଛନ୍ତି।