ଏପ୍ରିଲ ୭ରେ ଆପିଏଲର ପ୍ରଥମ ମ୍ୟାଚ,ସମୟ ସୂଚୀରେ ହେଲା ପରିବତ୍ତନ

ନୂଆଦିଲ୍ଲୀ : ଆଇପିଏଲ (ଇଣ୍ଡିଆନ ପ୍ରିମିୟର ଲିଗ୍) ଲିଗର ୧୧ ତମ ସଂସ୍କରଣ ଏପ୍ରିଲ ୬ରେ ମୁମ୍ବାଇରେ ଆରମ୍ଭ ହେବ। ମାତ୍ର ଆଇପିଏଲ ୨୦୧୮ର ଉଦଘାଟନୀ ମ୍ୟାଚ୍ ପରବର୍ତ୍ତୀ ଦିନ ଅର୍ଥାତ ଏପ୍ରିଲ ୭ରେ ମୁମ୍ବାଇରେ ଖେଳାଯିବ। ଟୁର୍ଣ୍ଣାମେଣ୍ଟର ଫାଇନାଲ ମେ ୨୭ରେ ମୁମ୍ବାଇରେ ଖେଳାଯିବ। ଆଇପିଏଲ କମିଶନର ରାଜୀବ ଶୁକ୍ଳା ଏହି ସୂଚନା ଦେଇଛି। ଶୁକ୍ଳା କହିଛନ୍ତି ଯେ ଏପ୍ରିଲ ୬ରେ ଉଦଘାଟନ ସମାରୋହ ଏବଂ ଏପ୍ରିଲ ୭ରେ ପ୍ରଥମ ମ୍ୟାଚ୍ ଖେଳାଯିବ।
ଏଥର ଟୁର୍ଣ୍ଣାମେଣ୍ଟରେ ୮ ଦଳ ଭାଗ ନେବେ। ବଡ଼ କଥା ଏହା ଯେ ଦୁଇ ବର୍ଷର ପ୍ରତିବନ୍ଧକ ପରେ ଚେନ୍ନାଇ ସୁପର କିଙ୍ଗ୍ସ ଓ ରାଜସ୍ଥାନ ରୟାଲ୍ସ ଏହି ଲିଗରେ ପ୍ରତ୍ୟାବର୍ତ୍ତନ କରୁଛି। ଏହା ସହିତ ଦୁଇଟି ସିଜିନରେ ଲିଗରେ ସାମିଲ ହୋଇଥିବା ଗୁଜରାତ ଲାୟନ୍ସ ଓ ରାଇଜିଂ ପୁଣେ ସୁପରଜିୟାଣ୍ଟ୍ସ ଏବେ ଏହି ଲିଗର ଅଂଶ ହେବେ ନାହିଁ। ସେପଟେ ସମୟକୁ ନେଇ ହୋଇଛି ବଡ଼ ପରିବର୍ତ୍ତନ ଆଇପିଏଲ ଗଭର୍ଣ୍ଣିଂ କାଉନସିଲ ମ୍ୟାଚ ସମୟର ଆରମ୍ଭକୁ ନେଇ ବଡ଼ ନିଷ୍ପତ୍ତି ନେଇଛନ୍ତି। ସନ୍ଧ୍ୟା ୪ଟା ଏବଂ ରାତି ୮ଟାରେ ଆରମ୍ଭ ହେବାକୁ ଥିବା ମୁକାବିଲାର ସମୟରେ ପରିବର୍ତ୍ତନ କରାଯାଇଛି। ରାଜୀବ ଶୁକ୍ଳା କହିଛନ୍ତି ଯେ ରାତି ୮ଟାରେ ଆରମ୍ଭ ହେଉଥିବା ମ୍ୟାଚର ସିଧା ପ୍ରସାରଣ ଏବେ ୭ଟାରେ ହେବ ଏବଂ ୪ଟାରେ ହେଉଥିବା ମୁକାବିଲା ଏବେ ସନ୍ଧ୍ୟା ୫ଟା ୩୦ରେ ଖେଳାଯିବ।
କିଙ୍ଗ୍ସ ଇଲେଭେନ ପଞ୍ଜାବ ନିଜର ଚୋରଟି ମ୍ୟାଚ୍ ଘରୋଇ ମୋହାଲିରେ ଏବଂ ତିନୋଟି ମ୍ୟାଚ୍ ଇନ୍ଦୋରରେ ଖେଳିବ। ଅନ୍ୟ ପଟେ ରାଜସ୍ଥାନ ରୟାଲ୍ସର ଘରୋଇ ମୁକାବିଲା ଉପରେ ନିଷ୍ପତ୍ତି ଜାନୁଆରୀ ୨୪ରେ ରାଜସ୍ଥାନ ହାଇକୋର୍ଟର ନିଷ୍ପତ୍ତି ପରେ ହେବ। ଆଇପିଏଲ ୨୦୧୮ ପାଇଁ ଖେଳାଳିଙ୍କ ନିଲାମୀ ଜାନୁଆରୀ ୨୭ ଓ ୨୮ରେ ବେଙ୍ଗଲୁରୁରେ ହେବ। ଏଥିରେ ୫୭୮ ଖେଳାଳି ସାମିଲ ହେବେ। ଏଥିରୁ ୩୬୦ ଭାରତୀୟ ଖେଳାଳି ଅଛନ୍ତି।