ଏଥର ସଂସ୍କୃତ ସମେତ ୮ ଭାରତୀୟ ଭାଷାକୁ Googleରେ କରିପାରିବେ ଅନୁବାଦ

ସର୍ଚ୍ଚ ଇଞ୍ଜିନ ‘ଗୁଗଲ’ ତାଙ୍କ ଅନୁବାଦ ପ୍ଲାଟଫର୍ମରେ ସଂସ୍କୃତ ସମେତ ୮ ଭାରତୀୟ ଭାଷାଙ୍କୁ ସଂଯୁକ୍ତ କରିଛନ୍ତି। ୩୦ କୋଟିରୁ ଅଧିକ ଲୋକେ କହୁଥିବା ୨୪ ନୂଆ ଭାଷାଙ୍କୁ ଗୁଗଲ ଅନୁବାଦ ପ୍ଲାଟଫର୍ମରେ ସଂଯୁକ୍ତ କରାଯାଇଛି। ଏ ନେଇ ଜାରି ବୟାନରେ ସଂସ୍କୃତ ସମେତ ଉତ୍ତର ଭାରତରେ ଲୋକେ କଥାବାର୍ତ୍ତା ହେଉଥିବା ମୈଥିଳି ଓ ଭୋଜପୁରୀ ଗୁଗୁଲ ପ୍ଲାଟଫର୍ମରେ ସାମିଲ କରିଥିବା ବେଳେ ଆସାମିୟା, ଡୋଗ୍ରୀ, କୋଙ୍କଣୀ, ମିଜୋ ଓ ମଣିପୁରୀ ଭାଷା ମେଇତିଲୋନ ମଧ୍ୟ ସାମିଲ ହୋଇଛି।

ଏହି ଭାରତୀୟ ଭାଷାଗୁଡିକ ଗୁଗଲରେ ସାମିଲ ହେବା ସହ ଗୁଗଲ ଅନୁବାଦ ପ୍ଲାଟଫର୍ମରେ ମୋଟ ଭାରତୀୟ ଭାଷାଙ୍କ ସଂଖ୍ୟା ୧୯କୁ ପହଞ୍ଚିଛି। ଏହା ଛଡା ଗୁଗଲ ଆଫ୍ରିକାରେ ଲୋକେ କଥା ହେଉଥିବା ୧୦ ଭାଷା ଲିଙ୍ଗାଲା,ଟ୍ୱି ଓ ଟିଗ୍ରିନ୍ୟା ଆଦି ଭାଷାକୁ ମଧ୍ୟ ସଂଯୁକ୍ତ କରିଛି। ବିଶ୍ୱରେ ଥିବା ଭାଷା ଜନିତ ସମସ୍ୟା ଦୂର କରିବା ଓ ସମଗ୍ର ବିଶ୍ୱକୁ ଯୋଡ଼ିବା ଲାଗି ଗୁଗଲ ଏହି ପଦକ୍ଷେପ ନେଇଛନ୍ତି। ଗୁଗଲ ଟ୍ରାନ୍ସଲେଟରେ ନେପାଳୀ ସମେତ ଫିଜିୟାନ ଓ ଧିବେହୀ ଭାଷା ମଧ୍ୟ ଯୋଡି ହୋଇଛି।