ଏଣିକି ‘ମୋ ବସ୍’ରେ ବରିଷ୍ଠ ନାଗରିକଙ୍କୁ ଦିଆଯିବ ରିହାତି

ରାଜ୍ୟରେ ବରିଷ୍ଠ ନାଗରିକଙ୍କ ପାଇଁ ଆସିଛି ଏକ ଖୁସିଖବର । ଏଣିକି ‘ମୋ ବସ୍’ରେ ବରିଷ୍ଠ ନାଗରିକଙ୍କୁ ଦିଆଯିବ ରିହାତି । ସେମାନଙ୍କ ପାଇଁ ୫୦% ଭଡ଼ା ଛାଡ଼ ହୋଇଛି । ବରିଷ୍ଠ ନାଗରିକଙ୍କ ପାଇଁ ସିଟ୍ ସଂରକ୍ଷିତ ରହିବ । ତେବେ ବରିଷ୍ଠ ନାଗରିକଙ୍କ ସୁରକ୍ଷିତ ଓ ନିରାପଦା ଯାତ୍ରାକୁ ଗୁରୁତ୍ୱ ଦିଆଯାଇଛି । ‘ମୋ ବସ୍’ ଭଡ଼ା ଛାଡ଼ ନେଇ ଟ୍ୱିଟ୍ କରି ସୂଚନା ଦେଇଛି କ୍ରୁଟ୍ ।

ଉଲ୍ଲେଖଯୋଗ୍ୟ ଯେ, ଦେଶ ଏବଂ ରାଜ୍ୟରେ ଦୈନିକ ଭିତ୍ତିରେ ଏବେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇବାରେ ଲାଗିଛି । ଏହାରି ମଧ୍ୟରେ ନିକଟରେ ବସ୍ ଭଡ଼ା ବୃଦ୍ଧି କରିଥିଲେ ରାଜ୍ୟ ସରକାର । ରାଜ୍ୟ ପରିବହନ ମନ୍ତ୍ରଳାୟ ପକ୍ଷରୁ ପ୍ରକାଶ ପାଇଥିବା ବିଜ୍ଞପ୍ତି ଅନୁସାରେ ସାଧାରଣ ବସ୍ ଗୁଡ଼ିକରେ କିଲୋମିଟର ପିଛା ୨ ପଇସା ବୃଦ୍ଧି ପାଇ ୯୨ ପଇସାରେ ପହଁଞ୍ଚିଛି । ଏକ୍ସପ୍ରେସ ବସ୍ ପାଇଁ କିଲୋମିଟର ପିଛା ମଧ୍ୟ ଦୁଇ ପଇସା ବୃଦ୍ଧି ପାଇ ୯୬ ପଇସାରେ ପହଁଞ୍ଚିଛି । ଡିଲସ୍କ ବସ୍ ପାଇଁ ୪ ପଇସା ବୃଦ୍ଧି ପାଇ କିଲୋମିଟର ପିଛା ଏକ ଟଙ୍କା ୩୫ ପଇସାରେ ପହଁଞ୍ଚିଛି । ଏସି. ଡିଲକ୍ସରେ ମଧ୍ୟ ୪ ପଇସା ବୃଦ୍ଧି ପାଇ କିଲୋମିଟର ପିଛା ୧ଟଙ୍କା ୬୩ ପଇସାରେ ପହଁଞ୍ଚିଛି ଏବଂ ସୁପର ପ୍ରିମିୟମ ବସ୍ ପାଇଁ ୬ ପଇସା ବୃଦ୍ଧି ପାଇ କିଲୋମିଟର ପିଛା ୨ ଟଙ୍କା ୪୭ ପଇସାରେ ପହଁଞ୍ଚିଛି । ପୁର୍ବରୁ ମାର୍ଚ୍ଚ ୩୧ ତାରିଖରେ ରାଜ୍ୟ ସରକାର ବସ୍ ଭଡ଼ା ବୃଦ୍ଧି କରିଥିଲେ ।