ଏଣିକି ଚାଇନା ନାଗରିକଙ୍କୁ ମିଳିବନି ଭାରତରେ ପର୍ଯ୍ୟଟନ ଭିଜା

ଏଣିକି ଚାଇନା ନାଗରିକଙ୍କୁ ମିଳିବନି ଭାରତରେ ପର୍ଯ୍ୟଟନ ଭିଜା । ତେବେ ଚାଇନାର ନାଗରିକମାନଙ୍କୁ ଦିଆଯାଇଥିବା ଭାରତର ପର୍ଯ୍ୟଟନ ଭିସା ଆଉ ବୈଧ ନୁହେଁ ବୋଲି ଅନ୍ତଜାତୀୟ ବିମାନ ପରିବହନ ସଂସ୍ଥା ସ୍ପଷ୍ଟ କରିଛି । ସରକାରୀ ବରିଷ୍ଠ ଅଧିକାରୀମାନେ କହିଛନ୍ତି ଯେ ଚୀନ୍ ନାଗରିକମାନଙ୍କୁ ଭାରତ ବ୍ୟବସାୟ, ରୋଜଗାର, କୂଟନ .ତିକ ଏବଂ ସରକାରୀ ଭିସା ପ୍ରଦାନ କରୁଛି। ସେପଟେ ଚାଇନାର ପର୍ଯ୍ୟଟକଙ୍କୁ ଦୂରେଇ ରଖିବା ପାଇଁ ଭାରତର ନିଷ୍ପତ୍ତି ଏଭଳି ସମୟରେ ନିଆଯାଇଛି ଯେତେବେଳେ ଚାଇନା ୨୦ ହଜାର ଅଧିକ ଭାରତୀୟ ଛାତ୍ରଙ୍କୁ ଫେରିବାକୁ ଅନୁମତି ଦେଉ ନଥିବାର ଅଭିଯୋଗ ହୋଇଛି । କୋଭିଡ କାରଣୁ ଏହି ଛାତ୍ରମାନେ ସ୍ୱଦେଶକୁ ଫେରି ଆସିଥିଲେ । କିନ୍ତୁ ଯେତେବେଳେ ସେମାନେ ନିଜର ଅଧ୍ୟୟନ ସମାପ୍ତ କରିବାକୁ ଚାଇନାରୁ ଅନୁମତି ମାଗିଥିଲେ । ସେତେବେଳେ ବେଜିଂ ସେମାନଙ୍କୁ ଅପେକ୍ଷା ତାଲିକାରେ ରଖିଦେଇଥିଲା । ଅନ୍ୟପଟେ ଥାଇଲାଣ୍ଡ, ପାକିସ୍ତାନ ଏବଂ ଶ୍ରୀଲଙ୍କାର ଛାତ୍ରମାନଙ୍କୁ ଫେରିବା ପାଇଁ ଅନୁମତି ଦେବା ସତ୍ତ୍ୱେ ମଧ୍ୟ ଭାରତୀ ଛାତ୍ରମାନଙ୍କୁ ଅପେକ୍ଷା ତାଲିକାରେ ଚାଇନା ରଖିଥିଲା ।

ସେପଟେ ଗତ ମାସରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ୱାଙ୍ଗ ୱି ଭାରତ ଗସ୍ତରେ ଆସିଥିବାବେଳେ ତାଙ୍କ ସମ୍ମୁଖରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ. ଜୟଶଙ୍କର ଏହି ପ୍ରସଙ୍ଗ ଉଠାଇଥିଲେ । ହେଲେ ବେଜିଂ ଏପର୍ଯ୍ୟନ୍ତ ଏହାର କୌଣସି ଉତ୍ତର ଦେଇ ନାହିଁ । ସୂଚନା ଅନୁସାରେ ବ୍ରିଟେନ ଏବଂ କାନାଡା ସେହି ଦେଶମାନଙ୍କ ମଧ୍ୟରେ ଅଛନ୍ତି ଯେଉଁ ନାଗରିକ ଇ-ଟୁରିଷ୍ଟ ଭିଜା ନେଇ ଭାରତକୁ ଆସି ପାରିବେ ନାହିଁ । କିନ୍ତୁ ଏହି ଦେଶର ନାଗରିକମାନଙ୍କୁ ଭାରତୀୟ ମିଶନ ଦ୍ୱାରା ଜାରି ନିୟମିତ ପେପର ଭିଜା ଉପରେ ଭାରତ ଆସିବାକୁ ଅନୁମତି ଦିଆଯାଇଛି । ଅନ୍ୟପକ୍ଷରେ ଜାପାନ ଏବଯ ଆମେରିକାର ନାଗରିକଙ୍କୁ ଜାରି କରାଯାଇଥିବା ଭଜା ବ୍ୟତୀତ ୧୦ ବର୍ଷର ବୈଧତା ଥିବା ଭାରତୀୟ ପର୍ଯ୍ୟଟନ ଭିଜା ଆଉ ବୈଧ ନୁହେଁ ବୋଲି ସୂଚନା ମିଳିଛି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।