ଏକା ସାଙ୍ଗରେ ଦୁଇଟି ପୂର୍ଣ୍ଣକାଳୀନ ଡିଗ୍ରୀ କରିପାରିବେ ଛାତ୍ରଛାତ୍ରୀ; ୟୁଜିସିର ଗାଇଡଲାଇନ୍ ଜାରି

ଏଣିକି ବିଦ୍ୟାର୍ଥୀ ଏକା ସାଙ୍ଗରେ ଦୁଇଟି ପୂର୍ଣ୍ଣକାଳୀନ ଡିଗ୍ରୀ ପାଇଁ ଅଧ୍ୟୟନ କରିପାରିବେ । ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ(ୟୁଜିସି) ଅଧ୍ୟକ୍ଷ ଏମ ଜଗଦିଶ ସମସ୍ତ ବିଶ୍ୱବିଦ୍ୟାଳୟର କୁଳପତି ତଥା ମହାବିଦ୍ୟାଳୟ ଗୁଡ଼ିକର ପ୍ରନ୍ସିପାଲମାନଙ୍କୁ ଏହି ବିଷୟରେ ଚିଠି ଲେଖିଛନ୍ତି । ଏହି ଚିଠିରେ ଡିଗ୍ରୀ ଗୁଡ଼ିକୁ କିପରି ସମାନ୍ତର ଭାବରେ ପ୍ରାପ୍ତ କରି ହେବ ସେ ନେଇ ଗାଇଡଲାଇନ ବିଷୟରେ ସୂଚନା ଦିଆଯାଇଛି ।

ୟୁଜିସି ପକ୍ଷରୁ କୁହାଯାଇଛି ଯେ ଉଚ୍ଚଶିକ୍ଷା ପାଇଁ ବଢୁଥିବା ରୁଚିକୁ ଦୃଷ୍ଟିରେ ଏବଂ ସିମିତ ସିଟକୁ ନଜରରେ ରଖି ଶିକ୍ଷାନୁଷ୍ଠାନମାନେ ଡିଷ୍ଟାନ୍ସ ପାଠ୍ୟକ୍ରମ ଚାଲୁ ରଖିଛନ୍ତି । କିଛି ପାଠ୍ୟକ୍ରମ ଏପରି ଯେ ବିଦ୍ୟାର୍ଥୀ ତାହାକୁ ଘରେ ବଶି ନିଜ ସୁବିଧା ଅନୁସାରେ ଶେଷ କରିପାରିବ । ଏକା ସାଙ୍ଗେର ଦୁଇଟି ଡିଗ୍ରୀ ଉଭୟ ଅଫଲାଇନ-ଅଫଲାଇନ୍,ଅଫଲାଇନ-ଅନଲାଇନ୍ ଏବଂ ଅନଲାଇନ-ଅନଲାଇନ୍ ମୋଡରେ କରିହେବ ।

ବଢୁଥିବା ୟୁଜିସି ପକ୍ଷରୁ କୁହାଯାଇଛି ଯେ ନୂଆ ଶିକ୍ଷାନୀତି ୨୦୨୦ଅନୁସାରେ ଶିକ୍ଷାକୁ ଅଧିକ ଅନୁଭବାତ୍ମକ, ସମଗ୍ର, ଏକୀକୃତ, ଅନୁସନ୍ଧାନ ମୁଳକ, ଶିକ୍ଷ୍ୟାର୍ଥୀ କେନ୍ଦ୍ରିକ, ଆଲୋଚନା ମୁଳକ, ସରଳ ଏବଂ ଆନନ୍ଦଦାୟକ କରିବା ପାଇଁ ଚେଷ୍ଟା କରିବାକୁ କୁହାଯାଇଛି । ଏହି ଅନୁସାରେ ଏବେ ବିଭିନ୍ନ ବିଷୟକୁ ରଚନାତ୍ମକ ସଂଯୋଜନ ଏବଂ କଳ୍ପନାଶୀଳ ବନାଇବାକୁ ବ୍ୟବସ୍ଥା କରାଯାଇଛି । ଏବେ ବିଦ୍ୟାର୍ଥୀଙ୍କ ପାଇଁଁ ପୁରୁଣା ବାଧାବିଘ୍ନ ହଟାଇ ନୂଆ ସମ୍ଭାବନା ଖୋଜିବା ଉପରେ କାର୍ଯ୍ୟ କରିବାକୁ କୁହାଯାଇଛି ।

ୟୁଜିସି ଜାରି କରିଥିବା କିଛି ଗୁରୁତ୍ୱପୁର୍ଣ୍ଣ ଗାଇଡଲାଇନ-

୧.ଯଦି ଜଣେ ବିଦ୍ୟାର୍ଥୀ ଅଫଲାଇନରେ ଦୁଇଟି ଡିଗ୍ରୀ କରୁଛନ୍ତି, ତେବେ ତାଙ୍କୁ ଉଭୟ ଜାଗାରେ ଉପସ୍ଥାପନ ଦେବାକୁ ହେବ ।

୨. ବିଦ୍ୟାର୍ଥୀଙ୍କୁ ଉଭୟ ଜାଗାରେ ନାମ ଲେଖାଇବା ସମୟରେ ଆବଶ୍ୟକ ପ୍ରମାଣପତ୍ର ଉଭୟ ସ୍ଥାନରେ ଦେବାକୁ ପଡିବ । ଯଦି ସେ ଏକା ସାଙ୍ଗରେ ଦୁଇଟି ଡିଗ୍ରୀ କରୁଛନ୍ତି ।

୩.ଜାରି ହୋଇଥିବା ନୂତନ ଗାଇଡଲାଇନ ଅନୁଯାୟୀ, ବିଦ୍ୟାର୍ଥୀ ଦ୍ୱାଦଶ ଶେଷ କରିବା ପରେ ଅନଲାଇନ୍ ପାଠ୍ୟକ୍ରମ ଆରମ୍ଭ କରିପାରିବେ ।

୪.ବିଦ୍ୟାର୍ଥୀ ଚାହିଁଲେ ବିଭିନ୍ନ ବର୍ଷରୁ ଦୁଇଟି ପାଠ୍ୟକ୍ରମ ଆରମ୍ଭ କରିପାରିବେ । ଯେପରିକି ସେ ଯଦି ସେ ୨୦୨୨ ବର୍ଷରେ କଳା ବିଭାଗରେ ଅର୍ଥନୀତିରେ ପଢିବା ଆରମ୍ଭ କରୁଛନ୍ତି, ସେ ୨୦୨୩ ବର୍ଷରେ ଡାଟା ସାଇନ୍ସରେ ଡିପ୍ଲୋମା ଆରମ୍ଭ କରିପାରିବେ ।

୫.ଯଦି ବିଦ୍ୟାର୍ଥୀ ଏକା ସାଙ୍ଗରେ ଫିଜିକାଲ ମୋଡରେ ଦୁଇଟି ପାଠ୍ୟକ୍ରମ ଅନୁସରଣ କରୁଛନ୍ତି, ତାହା ତାଙ୍କୁ ଅସୁବିଧାରେ ପକାଇପାରେ । କାରଣ ଉଭୟ ସ୍ଥାନରେ ଉପସ୍ଥାନ ଜରୁରୀ ଅଟେ ।

୬.ତେବେ ସମସ୍ତ ବିଶ୍ୱବିଦ୍ୟାଳୟ ଏକା ସାଙ୍ଗରେ ଦୁଇଟି ପାଠ୍ୟକ୍ରମକୁ ଅନୁମୋଦନ ଦେବାକୁ ବାଧ୍ୟ ନୁହନ୍ତି ।