ଏକାମ୍ରରେ ଏକ କୋଟି ଟଙ୍କାର ପ୍ରକଳ୍ପ ଶିଳାନ୍ୟାସ କଲେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା

ଭୁବନେଶ୍ୱର : ଆଜି ଏକାମ୍ର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପୁରୁଣା ଭୁବନେଶ୍ୱର ହାଟ ସାହି ଠାରୁ ଶ୍ରୀରାମ ନଗର ପର୍ଯ୍ୟନ୍ତ ପୂର୍ତ୍ତ ବିଭାଗ ଦ୍ଵାରା ପ୍ରାୟ ଏକ କୋଟି ଟଙ୍କାର ଡ୍ରେନ ଓ ଦୁଇଟି ପୋଲ ନିର୍ମାଣ ପାଇଁ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା,ମେୟର ସୁଲୋଚନା ଦାସ ଶିଳାନ୍ୟାସ କରିଥିଲେ। କାର୍ଯ୍ୟକ୍ରମ ରେ ଡେପୁଟି ମେୟର ମଞ୍ଜୁଲତା କଂହର କର୍ପୋରେଟର ବିରଞ୍ଚି ନାରାୟଣ ମହାସୂପକାର, ଚନ୍ଦ୍ରଶେଖର ମଲ୍ଲିଆ,ଶିବପ୍ରସାଦ ବେହେରା ଏବଂ ବହୁ ସ୍ଥାନୀୟ ବାସିନ୍ଦା ଉପସ୍ଥିତ ଥିଲେ।