ଏକାଥରକେ ୨୪ ମନ୍ତ୍ରୀ ଦେଲେ ଇସ୍ତଫା

ଆଜି ଏକ ନାଟକୀୟ ମୋଡରେ ଆନ୍ଧ୍ର ପ୍ରଦେଶର ୨୪ ଜଣ ମନ୍ତ୍ରୀ ଇସ୍ତଫା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀଙ୍କୁ ଏହି ଇସ୍ତଫା ପତ୍ର ପଠାଇଛନ୍ତି।ଆଜି ଅପରାହ୍ନ ୩ ଟାରେ ମୁଖ୍ୟମନ୍ତ୍ରୀ ଏକ ଜରୁରୀ କ୍ୟାବିନେଟ ବୈଠକ ଡାକିଥିଲେ। ସେଥିରେ ରାଜ୍ୟର ମନ୍ତ୍ରୀ ମଣ୍ଡଳ ଭଙ୍ଗ କରାଗଲା ବୋଲି ଘୋଷଣା କରାଯାଇଥିଲା।

ଏହାପରେ ସମସ୍ତ ମନ୍ତ୍ରୀ ସେମାନଙ୍କର ଇସ୍ତଫା ପତ୍ର ପ୍ରଦାନ କରିଥିଲେ। ତେବେ ଏପରି କରିବାର କାରଣ ହେଲା ଯେ, ଜଗନ ପୁଣିଥରେ ନୂଆମନ୍ତ୍ରୀ ମଣ୍ଡଳ ଗଠନ କରୁଛନ୍ତି। ମୁଖ୍ୟତଃ ୨୦୨୪ରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ସେ ଏହି ପଦକ୍ଷେପ ଗ୍ରହଣ କରିଛନ୍ତି।

ତେବେ ବିଶେଷ ସୁତ୍ର ଖବର ଅନୁସାରେ ଜଗନଙ୍କ ନୂଆ ମନ୍ତ୍ରୀ ମଣ୍ଡଳ ଆସନ୍ତା ୯ କିମ୍ବା ୧୧ ତାରିଖରେ ଶପଥ ଗ୍ରହଣ କରିବେ। ସେଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ କରାଯାଇଛି। ଏ ନେଇ ଗତକାଲି ମୁଖ୍ୟମନ୍ତ୍ରୀ ଜଗନ ରେଡ୍ଡୀ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନଙ୍କୁ ସାକ୍ଷାତ କରି ମନ୍ତ୍ରୀ ମଣ୍ଡଳ ଭଂଗ ପାଇଁ ଅବଗତ କରାଇଥିଲେ।