ଋଷ-ୟୁକ୍ରେନ ଯୁଦ୍ଧ ଭିତରେ ଘଟିଲା ଆଶ୍ଚର୍ଯ୍ୟକର ଘଟଣା; ନିଜ ସୈନିକଙ୍କୁ ଆକ୍ରମଣ କଲା ଋଷ

ଋଷ-ୟୁକ୍ରେନ ଯୁଦ୍ଧ ଭିତରେ ଘଟିଯାଇଛି ଏକ ଆଶ୍ଚର୍ଯ୍ୟକର ଘଟଣା । ଋଷ ନିଜ ସୈନିକଙ୍କୁ ଆକ୍ରମଣ କରିଥିବା ଜାଣିବାକୁ ମିଳିଛି । ଏହି ଆକ୍ରମଣ ଫଳରେ ପୁତିନ ସେନାର ଅନେକ ସିପାହୀ ମୃତ୍ୟୁବରଣ କରିଛନ୍ତି । ଏ ନେଇ ୟୁକ୍ରେନର ସେନା ଅଧିକାରୀ ଦାବି କରିବା ସହ ଋଷକୁ ଧନ୍ୟବାଦ ଦେଇଛନ୍ତି ।

ଭୁଲ ବଶତଃ ଋଷ ସେନା ନିଜ ସାଥୀଙ୍କ ଉପରେ ଫେଲମଥ୍ରୋୟର ଆକ୍ରମଣ କରି ଦେଇଛନ୍ତି । ୟୁକ୍ରେନ ସେନାକୁ ଟାର୍ଗେଟ କରୁଥିବା ବେଳେ ସେମାନେ ନିଜ ସାଥୀଙ୍କୁ ଜାଣିପାରିନଥିଲେ । ଫଳରେ ଏହି ଆକ୍ରମଣ କରିଛନ୍ତି । ଯେଉଁଥିରେ ଋଷର କିଛି ସୈନିକଙ୍କୁ ମୃତ୍ୟୁର ଘାଟରେ ପହଞ୍ଚାଇ ଦେଇଛି । ତେବେ ଋଷ ତରଫରୁ ଏ ନେଇ କୌଣସି ପ୍ରତିକ୍ରିୟା ମିଳି ପାରି ନଥିବାରୁ କେତେ ଜଣ ସୈନିକ ମୃତ୍ୟୁବରଣ କରିଛନ୍ତି ସେ ନେଇ ସ୍ପଷ୍ଟ ହୋଇପାରିନାହିଁ ।

ସେପଟେ ଏହି ଆକ୍ରମଣରେ କିଛି ସୈନିକଙ୍କ ମୃତ୍ୟୁ ପରେ ଋଷକୁ ଧନ୍ୟବାଦ ଜ୍ଞାପନ କରିଛନ୍ତି ୟୁକ୍ରେନର ଜଣେ ସେନା ଅଧିକାରୀ । ଋଷର କିଛି ସେନା ଆମକୁ ସହଯୋଗ କରୁଛି ବୋଲି ସେ କହିଛନ୍ତି । ତେବେ ଅନ୍ୟ ପକ୍ଷରେ ୟୁକ୍ରେନ ବିପକ୍ଷରେ ଯୁଦ୍ଧ ଦିନକୁ ଦିନ ଭୟଙ୍କର ରୂପ ନେଉଛି । ଏବେ ପର୍ଯ୍ୟନ୍ତ ଋଷ ଆକ୍ରମଣରେ ୟୁକ୍ରେନର ୩୯୦ଟି କୋଠା ଭୁଷୁଡି ପଡିଥିବା ଜଣାଯାଇଛି ।