ଋଷ-ୟୁକ୍ରେନ ଯୁଦ୍ଧକୁ ନେଇ ଏଭଳି ମତ ରଖିଲେ ଜାତିସଂଘ ମୁଖ୍ୟ

ଋଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ନେଇ ଏବେ ସାରା ବିଶ୍ୱ ଚିନ୍ତାରେ ରହିଛି । ଏହା ମଧ୍ୟରେ ଜାତିସଂଘ ମୁଖ୍ୟ ଆଣ୍ଟୋନିଓ ଗୁଟେରେସ ଯେଉଁ ସତର୍କ ବାଣୀ ଶୁଣାଇଛନ୍ତି ତାହା ଏବେ ଚିନ୍ତା ବଢାଇଛି । ଗୁଟେରେସଙ୍କ ସୂଚନା ମୁ୍ତାବକ ଏହି ଯୁଦ୍ଧ ଫଳରେ ବିଶ୍ୱର ଏକ ପଞ୍ଚମାଂଶ ଲୋକ ଅର୍ଥାତ ୧୭୦ କୋଟି ଲୋକ ଭୋକ ଓ ଦାରିଦ୍ର ଭିତରକୁ ଠେଲି ହୋଇଯିବେ ।

ଏହାର କାରଣ ଭାବେ ସେ କହିଛନ୍ତି କି, ଯୁଦ୍ଧ ଫଳରେ ଖାଦ୍ୟଶସ୍ୟ ରପ୍ତାନି ଓ ଆମଦାନୀ ଉପରେ ବାଧା ସୃଷ୍ଟି ହେଉଥିବାରୁ ଖାଦ୍ୟ ସାମଗ୍ରୀର ମୂଲ୍ୟ ଅହେତୁକ ଭାବେ ବୃଦ୍ଧି ପାଉଛି । ଫଳରେ ସାଧାରଣ ଲୋକମାନେ ଏହାକୁ କିଣିବାର କ୍ଷମତା ହରାଇବାରେ ଲାଗିଛନ୍ତି ।

ସେପଟେ ୟୁକ୍ରେନ ବାହାରେ ଥିବା ବିକାଶଶୀଳ ଦେଶମାନେ ଏଡି ଯୁଦ୍ଧ ନିଃଶବ୍ଦ ଆକ୍ରମଣ କରିବାରେ ଲାଗିଥିବାରୁ ସେମାନେ ଏହା ଉପରେ ଗୁରୁତ୍ୱ ଦେଇ ନାହାଁନ୍ତି । ଖୁବଶୀଘ୍ର ଏହାର ପ୍ରଭାବ ବି ସେମାନଙ୍କର ନାଗରିକଙ୍କ ଉପରେ ପଡିବାକୁ ଯାଉଛି । ଫଳରେ ବିଶ୍ୱର ୧୭୦ କୋଟି ଲୋକ ପ୍ରଭାବିତ ହେବାକୁ ଯାଉଛନ୍ତି । ଖାଦ୍ୟ ସାମଗ୍ରୀର ମୂଲ୍ୟ ବୃଦ୍ଧି ଫଳରେ ସାଧାରଣ ଲୋକଙ୍କ ପାଇଁ ଖାଦ୍ୟ ସଂକଟ ଦେଖାଦେବ । ମଧ୍ୟବିତ ବର୍ଗର ଲୋକମାନେ ବୃତ୍ତି ହରାଇବା ଫଳରେ ଦାରିଦ୍ର ସେମାନଙ୍କୁ ମାଡି ବସିବ । ଗୁଟେରେସ କହିଛନ୍ତି କି କିଛି ଦଶନ୍ଧି ମଧ୍ୟରେ ଏତେ ସଂଖ୍ୟକ ଜନତା କେବେ କ୍ଷୁଧାଗ୍ରସ୍ତ କିମ୍ବା ଦାରିଦ୍ରତା ଭିତରକୁ ଠେଲି ହୋଇଯାଇ ନଥିଲେ ।

ଗୁଟେରେସଙ୍କ ସୂଚନା ମୁତାବକ ବିଶ୍ୱରେ ଉତ୍ପାଦନ ହେଉଥିବା ମୋଟ ଗହମ ଓ ଯଅର ୩୦ ପ୍ରତିଶତ, ମକାର ୨୦ ପ୍ରତିଶତ ଏବଂ ସୂର୍ଯ୍ୟମୂଖୀ ତେଲର ୫୦ ପ୍ରତିଶତ ଏକାକୀ ୟୁକ୍ରେନରେ ଉତ୍ପାଦିତ କେବଳ ଋଷ ଓ ୟୁକ୍ରେନରେ ହୋଇଥାଏ । ସେପଟେ ସର୍ବନିମ୍ନ ୪୫ ଟି ବିକଶିତ ରାଷ୍ଟ୍ର ଋଷ ଓ ୟୁକ୍ରେନ ଠାରୁ ଏସବୁ ଖାଦ୍ୟ ସାମଗ୍ରୀ ଆମଦାନୀ କରିଥାନ୍ତି ।