ଉବେର ପରେ ଓଲା ବଢ଼ାଇଲା ଟ୍ୟାକ୍ସି ଭଡା

ପେଟ୍ରୋଲ , ଡିଜେଲ ଦରରେ ଲଗାଣ ବୃଦ୍ଧି ପରେ ଏବେ ଗାଡି ଭଡାରେ ବି ବୃଦ୍ଧି । ଆଗରୁ ଟ୍ୟାକ୍ସି ସେବା ଦେଉଥିବା କମ୍ପାନୀ ଉବେର ନିଜ ଭଡାରେ ବୃଦ୍ଧି କରିଥିବାବେଳେ ଏବେ ଓଲା କମ୍ପାନୀ ମଧ୍ୟ ଭଡା ବଢାଇଛି । ଆମେରିକା କମ୍ପାନୀ ଉବେର ମୁମ୍ବାଇ ଦିଲ୍ଲୀ ଏନସିଆରରେ ନିଜ ଭଡା ବୃଦ୍ଧି କରିବା ପରେ କୋଲକାତା ଓ ହାଇଦ୍ରାବାଦରେ ଦର ବୃଦ୍ଧି କରିଥିଲା । ଏହାପରେ ଏବେ ଓଲା କମ୍ପାନୀ ମଧ୍ୟ କିଛି ସହରରେ ଭଡା ବଢାଇଦେଇଛି ।

ଓଲା ମଧ୍ୟ କିଛି ପ୍ରମୁଖ ସହରରେ ଯାତ୍ରା ଭଡାରେ ବୃଦ୍ଧି କରିଛି । ଖବର ମୁତାବକ, କମ୍ପାନୀ ହାଇଦ୍ରାବାଦ,କୋଲକାତା, ମୁମ୍ବାଇ ଭଳି ପ୍ରମୁଖ ସହରରେ ମଧ୍ୟ ଭଡାକୁ ୧୬ ପ୍ରତିଶତ ବଢାଇଦେଇଛି । ତେବେ ତୈଳ ଦର ବୃଦ୍ଧି ପରେ ଡ୍ରାଇଭରମାନେ ଦରମା ବୃଦ୍ଧି ପାଇଁ ଆନ୍ଦୋଳନ କରିବା ପରେ ଭଡା ବୃଦ୍ଧି କରିଛି ଏହି କମ୍ପାନୀ ।