ଉଚ୍ଚ ଶିକ୍ଷାନୁଷ୍ଠାନରେ କମିଲା ଖରାଛୁଟି

ଉଚ୍ଚ ଶିକ୍ଷାନୁଷ୍ଠାନରେ କମିଲା ଖରାଛୁଟି । ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟରେ କମିଲା ଖରାଛୁଟି । ଜୁନ୍ ୧ରୁ ଜୁନ୍ ୧୬ ଯାଏଁ ଖରାଛୁଟି ପାଇଁ ନିଷ୍ପତ୍ତି । ଏନେଇ ସମସ୍ତ ବିଶ୍ୱବିଦ୍ୟାଳୟ କୁଳପତି ଓ କଲେଜ ଅଧ୍ୟକ୍ଷଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି ଉଚ୍ଚ ଶିକ୍ଷା ବିଭାଗର ପ୍ରମୁଖ ସଚିବ ।

କରୋନା ପାଇଁ ପାଠପଢା ପ୍ରଭାବିତ ହୋଇଥିବାରୁ ଏଭଳି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ତେବେ ପାଠ୍ୟକ୍ରମ ଶୀଘ୍ର ଶେଷ କରିବାକୁ ଛୁଟିଦିନ ଓ ଅନ୍ୟ ଦିନ ଗୁଡିକରେ ଅତିରିକ୍ତ କ୍ଲାସ କରାଯିବ ।