ଉଗାଣ୍ଡାରେ ରଥଯାତ୍ରା

କାମ୍ପାଲା,(ଉଗାଣ୍ଡା): ଜଗନ୍ନାଥ ସଂସ୍କୃତି ଏବେ ସାରା ବିଶ୍ୱରେ ପରିବ୍ୟାପ୍ତ । ବିଶ୍ୱବ୍ୟାପୀ ଶ୍ରୀଜିଉଙ୍କ ଘୋଷଯାତ୍ରା କରାଯାଉଛି । ସେହିପରି ଉଗାଣ୍ଡାରେ ମଧ୍ୟ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ରହ ପ୍ରତିଷ୍ଠା ଓ ରଥଯାତ୍ରା ପାଳିତ ହୋଇଛି । କାମ୍ପାଲାର ଏସଏସଭିଏମ ମନ୍ଦିର ପରିସରରେ ଜଗନ୍ନାଥଙ୍କ ରଥଯାତ୍ରା ଆୟୋଜିତ ହୋଇଛି । ଓଡ଼ିଶା ଆସୋସିଏସନ୍ ଅଫ୍ ଉଗାଣ୍ଡା ପକ୍ଷରୁ ଏହି ରଥଯାତ୍ରାର ଆୟୋଜନ କରାଯାଇଥିଲା । ଉଗାଣ୍ଡାରେ ରହୁଥିବା ଓଡ଼ିଆମାନେ ଜଗନ୍ନାଥ ସଂସ୍କୃତି ଓ ପରମ୍ପରା ଅନୁଯାୟୀ ମହାପ୍ରଭୂଙ୍କ ଘୋଷଯାତ୍ରା ପାଳନ କରିଛନ୍ତି । ବହୁ ସଂଖ୍ୟାରେ ମହିଳା ଯୋଗ ଦେଇ ରଥ ଟାଣିଥିଲେ । ଏଥିରେ ଉଗାଣ୍ଡାରେ ରହୁଥିବା ଭାରତୀୟ ହାଇକମିଶନ ଯୋଗ ଦେଇଥିଲେ । ଏହି ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ, ଭଜନ ସମାରୋହ ଆୟୋଜିତ ହୋଇଥିଲା ।