ଇରାନ୍ ରେ ଯାତ୍ରୀବାହୀ ବିମାନ ଦୁର୍ଘଟଣା ଗ୍ରସ୍ତ, ୬୬ ଯାତ୍ରୀ  ମୃତ୍ୟୁ

ଭୁବନେଶ୍ବର  :  ଇରାନ୍ ରେ ଯାତ୍ରୀବାହୀ ବିମାନ ଦୁର୍ଘଟଣା ଗ୍ରସ୍ତ । ୬୬ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଛି ।  ଆଜି ଅପରାହ୍ନରେ ଏହି ବିମାନଟି ତେହରାନ୍ ରୁ ୟାସୁଜ ଅଭିମୁଖେ ଯାତ୍ରା କରୁଥିବା ବେଳେ ଦୁର୍ଘଟଣା ଗ୍ରସ୍ତ ହୋଇଛି । ବିମାନ ଉଡାଣ ଭରିବାର କିଛି ସମୟ ପରେ ଟ୍ରାଫିକ କଣ୍ଟୋଲରୁ ନିୟନ୍ତ୍ରଣ ହରାଇଥିଲା । ସମୟ ସକାଳ ୮ଟା। ଇରାନର ତେହେରାନରୁ ଯାତ୍ରା ଆରମ୍ଭ କରିଥିଲା ଆସେମାନ ଏୟାରଲାଇନ୍‌ସର  EP 3704 ବିମାନ।  ଯାତ୍ରା ଗନ୍ତବ୍ୟ ଥିଲା ୫ଶହ କିଲୋମିଟର ଦୂର ଦକ୍ଷିଣ ପଶ୍ଚିମ ସହର ୟାସୁଜ ।  ବିମାନରେ ଥିଲେ ୬୦ ଜଣ ଯାତ୍ରୀ ୨ ଜଣ ସିକ୍ୟୁରିଟି ଦୁଇଟ ପ୍ଲାଇଟ ଆଟେଣ୍ଡାଣ୍ଟ ପାଇଲଟ ଏବଂ କୋ ପାଇଲଟ। ଯାତ୍ରା ସୁଖମୟ ଥିଲା। ୪୫ ମିନିଟର ଯାତ୍ରା ସରିଥିଲା ୟାସୁଜ ଥିଲା ଆଉ ମାତ୍ର କିଛି ମିନଟ । ବିମାନ ଉଡ଼ା ଣ କରୁଥିଲା ଦେନା ମାଉଣ୍ଟେନ ଉପରେ। ଏହି ସମୟରେ ପାଗ ବି ଖରାପ ହୋଇଥିଲା।  କିଛି ଏମିତି ଥିଲା ସେହି ସମୟର ଚିତ୍ର ।   ଆଉ ହଠାତ ଟ୍ରାଫିକ୍‌ କଣ୍ଟ୍ରୋଲରୁ ଯୋଗାଯୋଗ ବିଚ୍ଛିନ୍ନ ହେଲା।  ସାରା ଦେଶରେ ହଇଚଇ ପଡ଼ିଗଲା। ଦେନା ମାଉଣ୍ଟେନରେ ଦୁର୍ଘଟଣାଗ୍ରସ୍ତ ହୋଇଛି ଫ୍ରାନ୍‌ସ ନିର୍ମିତ twin-engine turboprop ATR 72-500। ଖରାପ ପାଗ ପାଇଁ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା କୁହାଯାଉଛି। ବିମାନରେ ଥିବା ସମସ୍ତ ଯାତ୍ରୀ ଓ କର୍ମଚାରୀଙ୍କ ଦୁଃଖଦ ମୃତ୍ୟୁ ହୋଇଛି। ଏମାନଙ୍କ ମଧ୍ୟରେ ଜଣେ ଶିଶୁ ବି ଅଛି।  ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲେ ମଧ୍ୟ ଖରାପ ପାଗ ଯୋଗୁଁ ଏହା ବାଧାପ୍ରାପ୍ତ ହୋଇଛି। ଆଣବିକ କାର୍ଯ୍ୟକ୍ରମ ପାଇଁ ଇରାନ ଉପରେ ପ୍ରତିବନ୍ଧକ ଲାଗିଥିବାରୁ ଏହାର ବିମାନ ଶିଳ୍ପ ମଧ୍ୟ ପ୍ରଭାବିତ ହୋଇଛି। ବିମାନଗୁଡିକର ରକ୍ଷଣାବେକ୍ଷଣ ହୋଇପାରୁନି, ଯାତ୍ରୀ ଭଡ଼ା ୪୫ ପ୍ରତିଶତ ଭଳି ବୃଦ୍ଧି ପାଇବା ଇରାନର ବିମାନ ଶିଳ୍ପକୁ ପ୍ରଭାବିତ କରିଛି। ଆଉ ଏତିକିବେଳେ ଏକ ଦୁଃଖଦ ଦୁର୍ଘଟଣା ଇରାନ ସରକାରଙ୍କ ପାଇଁ ଚିନ୍ତାର କାରଣ ହୋଇଛି।