ଆସନ୍ତା ୨୧ରୁ ମାଟ୍ରିକ୍ ଖାତା ମୂଲ୍ୟାୟନ ଆରମ୍ଭ

ଆସନ୍ତା ୨୧ରୁ ଆରମ୍ଭ ହେବ ମାଟ୍ରିକ୍ ଖାତା ମୂଲ୍ୟାୟନ। ରାଜ୍ୟର ମୋଟ୍ ୫୮ ମୂଲ୍ୟାୟନ କେନ୍ଦ୍ରରେ ଖାତାଦେଖା ହେବ । ୨୦ ତାରିଖ ସକାଳ ୧୦ଟା ସୁଦ୍ଧା ମୂଲ୍ୟାୟନ କେନ୍ଦ୍ରରେ ପରୀକ୍ଷକ ପହଞ୍ଚିବେ । ମୂଲ୍ୟାୟନ ପାଇଁ ୪୮୧ ମୁଖ୍ୟ ପରୀକ୍ଷକ ନିୟୋଜିତ ହେବେ ।

୯୦୦ ଡେପୁଟୀ ନିରକ୍ଷକ, ୮,୯୧୯ ସହକାରୀ ପରୀକ୍ଷକ ରହିବେ । ମୂଲ୍ୟାୟନରେ ୯୩୦ ସ୍କ୍ରୁଟିନାଇଜରଙ୍କୁ ନିଯୁକ୍ତି କରାଯିବ । ମୂଲ୍ୟାୟନ ପାଇଁ ୪୮୧ଜଣ ମୁଖ୍ୟ ପରୀକ୍ଷକ, ୯୦୦ ଡେପୁଟି ମୁଖ୍ୟ ପରୀକ୍ଷକ, ୮୯୧୯ଜଣ ସହକାରୀ ପରୀକ୍ଷକ ଓ ୯୩୦ଜଣ ସ୍କୃଟନାଇଜର୍ଙ୍କୁ ନିଯୁକ୍ତି କରାଯାଇଛି । ଦିନ ୧୦ଟାରୁ ୧୨ ଟା ପର‌୍ୟ୍ୟନ୍ତ ଖାତା ଦେଖା ଜାରି ରହିବ । ମାଟ୍ରିକ୍ ଖାତା ମୂଲ୍ୟାୟନ ନେଇ ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି ।