ଆସନ୍ତାବର୍ଷରୁ ବଦଳିବାକୁ ଯାଉଛି ବିଏଡ୍‌ ପାଠ୍ୟକ୍ରମର ଅବଧି

(ବିଏଡ଼୍) ପାଠ୍ୟକ୍ରମର ଅବଧି ୪ ବର୍ଷ ହୋଇଯିବ

ନୂଆଦିଲ୍ଲୀ : ଆସନ୍ତାବର୍ଷରୁ ବଦଳିବାକୁ ଯାଉଛି ବିଏଡ୍‌ ପାଠ୍ୟକ୍ରମର ଅବଧି। ବିଏଡ୍‌ ପାଠ୍ୟକ୍ରମ‌ରେ ସୁଧାର ଆଣିବା ପାଇଁ ସରକାର ଏପରି ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେବାକୁ ଯାଉଛନ୍ତି। ଯାହାଫଳରେ ଆସନ୍ତାବର୍ଷ ଠାରୁ ବ୍ୟାଚେଲର ଇନ୍ ଏଜୁକେସନ୍ (ବିଏଡ଼୍) ପାଠ୍ୟକ୍ରମର ଅବଧି ୪ ବର୍ଷ ହୋଇଯିବ । ଯାହା ଆଗରୁ ୨ ବର୍ଷର ଥିଲା । ଏନେଇ ଘୋଷଣା କରିଛନ୍ତି ମାନବ ସମ୍ଭଳ ବିକାଶ ମନ୍ତ୍ରୀ ପ୍ରକାଶ ଜାଭଡ଼େକର ।

ପ୍ରକାଶ ଜାଭଡ଼େକର କହିଛନ୍ତି ଆମେ ଆସନ୍ତା ବର୍ଷଠାରୁ ବିଏଡ଼୍ ପାଇଁ ଚାରି ବର୍ଷ ଇଂଟଗ୍ରେଟେଡ଼୍ କୋର୍ସ ଲଂଚ କରିବା ପାଇଁ ଯାଉଛୁ । ପାଠପଢ଼ାର ଗୁଣବତ୍ତା ଧୀରେ ଧୀରେ ହ୍ରାସ ପାଉଛି । କାରଣ ବିଏଡ଼୍ କୋର୍ସକୁ ଛାତ୍ରଛାତ୍ରୀ ମାନେ ଶେଷ ବିକଳ୍ପ ଭାବେ ଚିନ୍ତା କରନ୍ତି । ଯଦ୍ୱାରା ପିଲାଙ୍କ ଭବିଷ୍ୟତ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି ।

ବିଏଡ଼୍ ପାଠ୍ୟକ୍ରମ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରଥମ ବିକଳ୍ପ ତଥା ଏହି କୋର୍ସ ପାଇଁ ଛାତ୍ରଛାତ୍ରୀ ପ୍ରାଥମିକତା ଦେବା ଦରକାର । ତେବେ ଏହି ନିୟମ ଲାଗୁ ହେବା ପରେ ଛାତ୍ରଛାତ୍ରୀ ଦ୍ୱାଦଶ ଶ୍ରେଣୀରୁ ନାମ ଲେଖାଇ ପାରିବେ । ପୂର୍ବରୁ ବିଏଡ଼୍ ପଢ଼ିବା ପାଇଁ ଛାତ୍ରଛାତ୍ରୀଙ୍କୁ ସ୍ନାତକ କରିବାକୁ ପଡୁଥିଲା ।