ଆର୍ଦଶ ମୁଖ୍ୟମନ୍ତ୍ରୀ ସମ୍ମାନ : ମୁଖ୍ୟମନ୍ତ୍ରୀଙ୍କୁ ଗ୍ରାଣ୍ଡ ଓ୍ବେଲକମ

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀଙ୍କୁ ଗ୍ରାଣ୍ଡ ଓ୍ବେଲକମ । ମୁଖ୍ୟପ୍ରଶାସକ ପରେ ଆର୍ଦଶ ମୁଖ୍ୟମନ୍ତ୍ରୀ ସମ୍ମାନ ମିଳିଥିବାରୁ ବିଜେଡି କରିଛି ଜବରଦସ୍ତ ସେଲିବ୍ରେସନ୍ । ଭୁବନେଶ୍ବର ବିମାନବନ୍ଦରରେ ଛାଇ ଦେଇଥିଲା କର୍ମୀଙ୍କୁ । ଆଉ ମୁଖ୍ୟମନ୍ତ୍ରୀ ବି ଲୋକଙ୍କ ଭିଡକୁ ଦେଖି ବିମାନବନ୍ଦରରୁ ବାହାରିଥିଲେ ସ୍ବତନ୍ତ୍ର ଗାଡିରେ । ଧନ୍ୟବାଦ ଦେବା ସହ ଓଡ଼ିଶାବାସୀଙ୍କ ନିକଟରେ ସେ ଋଣୀ ବୋଲି କହିଥିଲେ । ଏହା ସହ ଓଡ଼ିଶାକୁ ଏକ ନମ୍ବର କରିବାକୁ ଆହ୍ବାନ ଦେଇଛନ୍ତି ନବୀନ । ଭୁବନେଶ୍ବର ବିମାନ ବନ୍ଦରରେ ମୁଖ୍ୟମନ୍ତ୍ରୀଙ୍କୁ ବିପୁଳ ସ୍ବାଗତ ସମ୍ବର୍ଦ୍ଧନା । ବିଜେଡି ନେତା ଓ କର୍ମୀଙ୍କ ଖଚାଖଚ୍ ଭିଡ଼ । ପୁନେରୁ ଆର୍ଦଶ ସମ୍ମାନ ପାଇ ଫେରିବା ପରେ ହଜାର ହଜାର ଦଳୀୟ କର୍ମୀ ମୁଖ୍ୟମନ୍ତ୍ରୀ ଅଭିନନ୍ଦନ ଜଣାଇଛନ୍ତି ।ବିମାନ ବନ୍ଦରରୁ ନବୀନ ନିବାସ ପୂରା ଲୋକରଣ୍ୟ ହୋଇ ପଡ଼ିଥିଲା । ବିମାନ ବନ୍ଦରରୁ ସ୍ବତନ୍ତ୍ର ଗାଡିରେ ସବାର୍ ହୋଇଥିଲେ ନବୀନ । ବାଜା-ବାଣ ବଜାଇ ରାସ୍ତାସାରା ମୁଖ୍ୟମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇଥିଲେ ସାଧରଣ ଜନତା । ବିଜୁ ପାଟ୍ଟନାୟକ ଛକରେ ଗାଡିରୁ ଓହ୍ଲାଇ ଲୋକଙ୍କ ସହ ମିଶିବା ପରେ ସମ୍ବୋଧନ କରିଥିଲେ ମୁଖ୍ୟମନ୍ତ୍ରୀ । ସମସ୍ତଙ୍କୁ ନୂଆବର୍ଷର ଅଭିନନ୍ଦନ ଜଣାଇବା ସହ ତାଙ୍କୁ ସ୍ବାଗତ କରିବାକୁ ଆସିଥିବାରୁ ଧନ୍ୟବାଦ ଦେଇଥିଲେ ।
ଆର୍ଦଶ ମୁଖ୍ୟମନ୍ତ୍ରୀ ସମ୍ମାନକୁ ସେଲିବ୍ରେଟ୍ କରିବାକୁ ବିଜେଡି କରିଥିଲା ଜବରଦସ୍ତ ଆୟୋଜନ । ପ୍ରତି ନିର୍ବାଚନ ମଣ୍ଡଳୀରୁ ଦଳୀୟ କର୍ମୀଙ୍କୁ ଭୁବନେଶ୍ବର ଅଣା ଯାଇଥିଲା । ବିଜେଡି ନେତାଙ୍କ କହିବା କଥା, ନବୀନ ପ୍ରତିଟି ଓଡ଼ିଆଙ୍କ ଗର୍ବ ଓ ଗୌରବ । ତାଙ୍କ ୧୮ ବର୍ଷର ଶାସନରେ ରାଜ୍ୟରେ ଦାରିଦ୍ର୍ୟ ହାର କମିଛି, ଅଭିବୃଦ୍ଧି ହାର ଜାତୀୟ ହାର ଠାରୁ ଅଧିକ ହୋଇଛି । ଗରିବଙ୍କୁ ପକ୍କା ଘର ଯୋଗାଇବା ଟର୍ଗେଟ ପୂରଣ କରିବାରେ ରାଜ୍ୟ ଆଗୁଆ । ହୁଡହୁଡ ଓ ଫାଇଲିନ ଦକ୍ଷତାର ସହ ମୁକାବିଲା କରିଥିବାରୁ ଏହି ସମ୍ମାନ ମିଳିଛି ବୋଲି ବିଜେଡି ନେତା କହିଛନ୍ତି ।
ଶେଷ୍ଠ ପ୍ରଶାସକ ପରେ ଆଦର୍ଶ ମୁଖ୍ୟମନ୍ତ୍ରୀ ସମ୍ମାନ । ତେଣୁ ବିଜେଡି ପୂରା ଖୁସ । ଲୋକଙ୍କ ପାଖରେ ଏ ସମ୍ବାଦ ପହଞ୍ଚାଇବା ପାଇଁ ବିଜେଡି ନଜର କଳବଳ କୌଶଳ ଲାଗାଇ ଦେଇଥିଲା । ବିଜେଡି ବ୍ୟାନରରେ ଛାଇ ଯାଇଥିଲା ପୂରା ରାଜଧାନୀ