ଆମେରିକା ପାକିସ୍ତାନକୁ ଦେଲା ଝଟ୍‌କା

ଇସ୍ଲାମାବାଦ: ଆମେରିକା ଆଜି ପାକିସ୍ତାନ ଝଟ୍‌କା ଦେଇଛି । ପୂର୍ବରୁ ଆମେରିକା ପକ୍ଷରୁ ପାକିସ୍ତାନ ନାଗରିକଙ୍କୁ ୫ ବର୍ଷ ପାଇଁ ଭିସା ଦିଆଯାଉଥିଲା। ହେଲେ ଆଜି ଏହି ଭିସା ଅବଧିକୁ ୩ ମାସକୁ ହ୍ରାସ କରାଯାଇଛି। ପାକିସ୍ତାନରେ ଅବସ୍ଥିତ ଆମେରିକା ରାଷ୍ଟ୍ରଦୂତ ଆଜି ଏହି ଘୋଷଣା କରିଛନ୍ତି। ଏହି ନୂଆ ଭିସା ପଲିସି କେବଳ ସାଧାରଣ ଲୋକଙ୍କ ପାଇଁ ନୁହେଁ ବରଂ ପାକିସ୍ତାନୀ ସାମ୍ବାଦିକମାନଙ୍କ ପାଇଁ ମଧ୍ୟ ଲାଗୁ ହେବ। ସାମ୍ବାଦିକମାନେ ଏକକାଳୀନ ୩ ମାସ ପାଇଁ ଭିସା ପାଇପାରିବେ। ଖାଲି ସେତିକି ନୁହେଁ ପାକିସ୍ତାନ ନାଗରିକମାନଙ୍କ ପାଇଁ ଆମେରିକା ସରକାର ଭିସା ଆବେଦନ ଫି’କୁ ମଧ୍ୟ ୧୬୦ ଡଲାରରୁ ୧୯୦ ଡଲାରକୁ ବୃଦ୍ଧି କରିଛନ୍ତି।