ଆଫଗାନିସ୍ତାନ ସଂଘର୍ଷ ବେଳେ ପ୍ରାଣ ହରାଇଥିବା ଭାରତୀୟ ସାମ୍ବାଦିକଙ୍କୁ ପୁଲିଜର ପୁରସ୍କାର

ଆଫଗାନିସ୍ତାନ ସଂଘର୍ଷ ବେଳେ ପ୍ରାଣ ହରାଇଥିବା ଭାରତୀୟ ସାମ୍ବାଦିକ ଦାନିଶ ସିଦ୍ଦକିଙ୍କୁ ପୁଲିଜର ପୁରସ୍କାରରେ ସମ୍ମାନିତ କରାଯାଇଛି । ଭାରତରେ କୋଭିଡ୍ ସମୟରେ ଉଲ୍ଲେଖନୀୟ ଫିଚର ଫଟୋଗ୍ରାଫି ପାଇଁ ତାଙ୍କୁ ଏହି ପୁରସ୍କାର ମିଳିଛି । ଖବର ସରାବରାହ ସଂସ୍ଥା ରଏଟର୍ସ ପାଇଁ କାମ କରୁଥିଲେ ସିଦ୍ଦିକି ।

ତାଙ୍କ ସହ ରଏଟର୍ସ ସାମ୍ବାଦିକ ଅଦନାନ୍ ଅବିଦି, ସାନ୍ନା ଇଶ୍ରଦ ମାଟ୍ଟୁ ଏବଂ ଅମିତ ଦେବଙ୍କୁ ମଧ୍ୟ ପୁଲିଜର ପୁରସ୍କାର ପ୍ରଦାନ କରାଯାଇଛି ।

ରଏଟର୍ସ ପକ୍ଷରୁ ଦାନିଶ ଭାରତରେ ମୁଖ୍ୟ ଫଟୋଗ୍ରାଫର ଥିଲେ । ଜାମିଆ ବିଶ୍ୱବିଦ୍ୟାଳୟର ପୂର୍ବତନ ଛାତ୍ର ଦାନିଶ୍ ୨୦୧୮ରେ ମଧ୍ୟ ଫଟୋ ଫିଚର ପାଇଁ ପୁଲିଜର ପୁରସ୍କାର ପାଇଥିଲେ । ସିଦ୍ଦିକି ଏହି ବିଶ୍ୱବିଦ୍ୟାଳୟରୁ ମାଷ୍ଟର ଡିଗ୍ରୀ ହାସଲ କରିଥିଲେ ଏବଂ ତାଙ୍କ ପିତା ଅଖତର ସିଦ୍ଦିକି ବିଶ୍ୱବିଦ୍ୟାଳୟର ଶିକ୍ଷା ବିଭାଗର ଡିନ୍ ଥିଲେ । ସିଦ୍ଦିକି ୨୦୦୫-୨୦୦୭ ମସିହାରେ ଏଜେକେ ମାସ କମ୍ୟୁନିକେସନ ସେଣ୍ଟର(MCRC) ରେ ଅଧ୍ୟୟନ କରିଥିଲେ। ସିଦ୍ଦିକି ସମାଚାର ଏଜେନ୍ସି ରଏଟର୍ସ ପାଇଁ କାର୍ଯ୍ୟ କରୁଥିବାବେଳେ ୨୦୧୮ରେ ମଧ୍ୟ ଫଟୋ ଫିଚର ପାଇଁ ପାଇଁ ପୁଲିଜର ପୁରସ୍କାର ପାଇଥିଲେ ।

୨୦୨୧ରେ ଯୁଦ୍ଧ ବିଧ୍ୱସ୍ତ ଆଫଗାସ୍ଥାନିସ୍ତାରେ କର୍ତ୍ତବ୍ୟରତ ଅବସ୍ଥାରେ ତାଲିବାନି ଗୁଳିରେ ପ୍ରାଣ ହରାଇଥିଲେ । ସେ ଆଫଗାନିସ୍ଥାନର କାନ୍ଦାହାର ପ୍ରଦେଶ ସ୍ଥିତ ସ୍ପିନ ବୋଲଡକ୍ ଜିଲ୍ଲାରେ ଚାଲିଥିବା ତାଲିବାନ ଓ ଆଫଗାନ ସେନାଙ୍କ ସଂଘର୍ଷର କଭରେଜ୍ ପାଇଁ ସେଠାକୁ ଯାଇଥିଲେ । ସେ ଆଫଗାନ ସୈନ୍ୟଙ୍କ ଗହଣରେ ରହି ଫଟୋ ଉଠାଉଥିଲା ବେଳେ ତାଲିବାନି ଗୁଳିରେ ତାଙ୍କର ମୃତ୍ୟୁ ଘଟିଥିଲା ।