ଆଡପ  ବିଜେ କରିବେ ଚତୁର୍ଦ୍ଧାମୂରତି

ପୁରୀ: ଘୋଷଯାତ୍ରାର ଆଜି ହେଉଛି ଆଡପ ବିଜେ ଉତ୍ସବ । ଗୋଟି ପହଣ୍ଡିରେ  ଆଡ଼ପ ମଣ୍ଡପ ବିଜେ କରିବେ ଚତୁର୍ଦ୍ଧାମୂରତି।  ଶ୍ରୀମନ୍ଦିର ସତ୍ତ୍ୱଲିପି ଅନୁସାରେ ରଥ ଗୁଣ୍ଡିଚା ମନ୍ଦିର ନିକଟରେ ପହଞ୍ଚିବା ପରଦିନ ଆଡ଼ପ ମଣ୍ଡପ ବିଜେ ନୀତି ଅନୁଷ୍ଠିତ ହୋଇଥାଏ।  ସକାଳୁ ରଥାରୁଢ଼ ଠାକୁରଙ୍କ ନିକଟରେ ମଙ୍ଗଳ ଆଳତି, ମଇଲମ, ତଡ଼ପଲାଗି, ଅବକାଶ, ଗୋପାଳବଲ୍ଲଭ, ସକାଳଧୂପ, ଦ୍ୱିପହର ଧୂପ ଓ ସାଧୂପ ନୀତି ଅନୁଷ୍ଠିତ ହେବାପରେ ପହଣ୍ଡି ପରେ  ଆଡ଼ପ ମଣ୍ଡପକୁ ବିଜେ କରିବେ ଠାକୁର । ପ୍ରଥମେ ମଦନମୋହନ, ରାମକୃଷ୍ଣ ଓ ସୁଦର୍ଶନ ବିଜେ କରିବେ। ବଡ ଭାଇ ବଳଭଦ୍ର, ଭଉଣୀ ଦେବୀ ସୁଭଦ୍ରା ଓ କାଳିଆ ଠାକୁର ଶ୍ରୀଜଗନ୍ନାଥ ମହାପ୍ରଭୁ ବିଜେ କରିବେ।   ଏଥିଲାଗି ଲକ୍ଷ ଭକ୍ତଙ୍କ ସମାଗମ ହୋଇଛି ପୁରୀରେ ।