ଆଇପିଏଲରୁ ବାଦ ପଡିଲେ ଦୀପକ ଚହର ଓ ରସିଖ ସଲାମ

ଚେନ୍ନାଇ ସୁପର କିଙ୍ଗ୍ସର ଅଲରାଉଣ୍ଡର ଦୀପକ ଚହର ଆଇପିଏଲ ୨୦୨୨ର ବଳକା ମ୍ୟାଚଗୁଡ଼ିକରୁ ବାଦ୍ ପଡିଛନ୍ତି। ଶୁକ୍ରବାର ତାଙ୍କ ପିଠିରେ ଆଘାତ ଲାଗିଥିଲା। ଫେବୃଆରୀରେ ୱେଷ୍ଟଇଣ୍ଡିଜ୍ ବିପକ୍ଷ ଘରୋଇ ସିରିଜରେ ମଧ୍ୟ ଚହରଙ୍କୁ ଆଘାତ ଲାଗିଥିଲା। ସେହିପରି କେକେଆର୍ ଦଳର ରସିଖ ସଲାମ ମଧ୍ୟ ପିଠିରେ ଆଘାତ ଯୋଗୁ ଆଇପିଏଲରୁ ବାଦ୍ ପଡିଛନ୍ତି।

ଏକ ବିବୃତ୍ତିରେ ଆଇପିଏଲ୍ କହିଛି ଯେ ଚେନ୍ନାଇ ସୁପର କିଙ୍ଗ୍ସର ବୋଲର ଦୀପକ ଚହରଙ୍କୁ ଟାଟା ଇଣ୍ଡିଆନ୍ ପ୍ରିମିୟର ଲିଗ୍ ୨୦୨୨ରୁ ବାଦ୍ ଦିଆଯାଇଛି। ଅନ୍ୟପକ୍ଷରେ କୋଲକାତା ନାଇଟ୍ ରାଇଡର୍ସ ଟାଟା ଆଇପିଏଲ୍ ୨୦୨୨ ସିଜନରେ ରସିଖ ସଲାମଙ୍କ ବଦଳରେ ଫାଷ୍ଟ ବୋଲର ହର୍ଷିତ ରାଣାଙ୍କୁ ଦଳରେ ସାମିଲ କରିଛନ୍ତି।