ଅରୁ ଆଦାର  ଲଭର ଆଉ ଏକ ଟିଜର, ବୟଫ୍ରେଣ୍ଡ ରୋସନ୍‌ ଅବଦୁଲ୍ ରହୁଫ୍‌ ଙ୍କୁ କ୍ଲାସ୍‌ ରୁମ୍‌ରେ ଟିଜ୍‌ କରୁଛନ୍ତି ପ୍ରିୟା କେଇ ଘଣ୍ଟାରେ ଦେଖିଲେ ୩୯ ଲକ୍ଷ ଦର୍ଶକ

ଭୁବନେଶ୍ବର :   ମାଲାୟାଲମ୍‌ ଫିଲ୍ମ ଓରୁ ଆଦାରର  ଗୀତ ଫେସବୁକ ହ୍ବାଟସ ଆପ୍‌ ଓ ୟୁଟ୍ୟୁବ୍‌ରେ ବେଶ ଭାଇରାଲ୍ ହେବା ପରେ ଏବେ ଫିଲ୍ମର ଆଉ ଏକ  ଟିଜର ଆସିଛି । ଆଉ ଏଥିରେ ବି ରହିଛି ସେହି ରୋମାନ୍ସ ଓ ଦୁଇ ୟଙ୍ଗ ହାର୍ଟ ଲଭ ଏକ୍ସପ୍ରେସନ୍‌ର ମନଲୋଭା ଅନ୍ଦାଜ୍‌ । ଭାଲେଣ୍ଟାଇନ୍ ଡେରେ ଆସିଥିବା ଏହି ଟିଜର ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ । କେଇଁଘଣ୍ଟା ମଧ୍ୟରେ ଏହାକୁ ଦେଖିଲେଣି ପାଖାପାଖି ୩୯ ଲକ୍ଷ ଦର୍ଶକ ।

ସେହି ଗୋଟିଏ ଗୀତ,  ଯାହା ଟିନ୍‌ ଏଜ୍‌ ରୋମାନସ୍‌କୁ ହିଟ୍‌ କରିଛି ଆଉ ତରୁଣ ତରୁଣୀଙ୍କୁ ହଟ୍‌ କରିଛି । ମାଲାୟଲମ୍‌ ଫିଲ୍ମ ଓରୁ ଅଦାର ଲଭର ସେହି ଗୀତକୁ ନେଇ ଯିତିକି ଚର୍ଚ୍ଚା ନୁହେଁ ଏଥିରେ ଥିବା ତରୁଣ ନାୟିକା ଓ ନାୟକଙ୍କ ରୋମାନ୍ସକୁ ନେଇ ସେତିକି ଚର୍ଚ୍ଚା । ଭାଲେଣ୍ଟାଇନ୍‌ସ ଉଇକ୍‌ରେ ଆସିଥିବା ଫିଲ୍ମର ସେହି ଗୀତ “ମାଣିକ୍ୟ ମଲରାୟ ପୁଭି” କୁ ଏବେ ସୁଦ୍ଧା ଲକ୍ଷାଧିକ ଲୋକ ଦେଖିସାରିଲେଣି। ଠିକ୍‌ ଏହି ସମୟରେ ଅର୍ଥାତ୍‌ ଭାଲେଣ୍ଟାଇନ୍‌ ଡେରେ ଆସିଛି ଫିଲ୍ମର ଆଉ ଏକ ଟିଜର । ଏହି ଟିଜରରେ ବି ରହିଛି ଠିକ୍‌ ସେହି ରୋମାନ୍ସର ଆଉଟିକେ ଆଡେଡ ଅନ୍ଦାଜ୍‌ । ଆଖିରେ ଆଖିରେ ପ୍ରେମ ହେଲେ ଟିକେ ନୁଆ ଢଙ୍ଗରେ । ସିନେମାର ହିରୋଇନ୍‌ ପ୍ରିୟା ପ୍ରକାଶ ଭରିହାର ଅତି ରୋମାଣ୍ଟିକ୍ ଶୈଳୀରେ ବୟଫ୍ରେଣ୍ଡ ରୋସନ୍‌ ଅବଦୁଲ୍ ରହୁଫ୍‌ ଙ୍କୁ କ୍ଲାସ୍‌ ରୁମ୍‌ରେ ଟିଜ୍‌ କରୁଛନ୍ତି ।ଯାହା ବେଶ ଭାଇରାଲ୍‌ ହେବାରେ ଲାଗିଛି