ଅମିତ ଶାହଙ୍କ ଓଡ଼ିଶା ଗସ୍ତ ବାତିଲ

ଭୁବନେଶ୍ୱର: ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ଓଡ଼ିଶା ଗସ୍ତ ବାତିଲ ହୋଇଛି । ଏଥିସହ ଆଜିର ସମସ୍ତ ରାଜନୈତିକ କାର୍ଯ୍ୟକ୍ରମ ମଧ୍ୟ ବାତିଲ କରାଯାଇଛି । ଗତକାଲି ଜମ୍ମୁ ଓ କଶ୍ମୀର ପୁଲୱାମାଠାର ହୋଇଥିବା ଆକ୍ରମଣ ଯୋଗୁଁ ତାଙ୍କର ସମସ୍ତ କାର୍ଯ୍ୟକ୍ରମକୁ ବାତିଲ କରାଯାଇଛି । ଆଜି ଶାହ ଓଡ଼ିଶା ଗସ୍ତରେ ଆସି ସମ୍ବଲପୁର କାର୍ଯ୍ୟକ୍ରମରେ ଯୋଗ ଦେଇଥାନ୍ତେ । ସମ୍ବଲପୁରରେ ହେବାକୁ ଥିବା କର୍ମୀ ସମ୍ମିଳନୀରେ ୪ଟି ଲୋକସଭା କ୍ଷେତ୍ର ବରଗଡ଼,ସୁନ୍ଦରଗଡ଼, ସମ୍ବଲପୁର ଓ ଢ଼େଙ୍କାନାଳ ବୁଥସ୍ତରୀୟ କର୍ମୀଙ୍କ ସହ ଶାହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଥିଲା ।