ଅମରନାଥ ତୀର୍ଥଯାତ୍ରୀଙ୍କ ବସ ଉପରେ ଆତଙ୍କବାଦୀଙ୍କ ଆକ୍ରମଣ ୭ ତୀର୍ଥ ଯାତ୍ରୀ ମୃତ୍ୟୁ,୩୨ ଆହତ

କାଶ୍ମୀର :ଅମରନାଥ ତୀର୍ଥଯାତ୍ରୀଙ୍କ ବସ ଉପରେ ଆତଙ୍କବାଦୀଙ୍କ ଆକ୍ରମଣ ଘଟଣାରେ ୭ ତୀର୍ଥ ଯାତ୍ରୀ ମୃତ୍ୟୁ,୩୨ ଆହତ। ତୀର୍ଥଯାତ୍ରୀମାନଙ୍କ ଉପରେ ଆତଙ୍କବାଦୀଙ୍କ ଆକ୍ରମଣ ଘଟଣା ନେଇ ଉଦବେଗ ପ୍ରକାଶ କରିଛନ୍ତି ଗୃହମନ୍ତ୍ରୀ ରାଜନାଥ ସିଂହ। ଆଜି ସକାଳ ୯ଟା ୪୫ ମିନିଟରେ ଗୃହମନ୍ତ୍ରୀଏକ ଉଚ୍ଚସ୍ତରୀୟ ବୈଠକ ଡକାଇଛନ୍ତି। ଗତକାଲି ରାତିରେ ତୀର୍ଥଯାତ୍ରୀମାନଙ୍କ ଉପରେ ହୋଇଥିବା ଆକ୍ରମଣ ପଛରେ ଲସ୍କର ଇ ତୋଇବାର ହାତ ବୋଛି ବୋଲି କହିଛି ଜମ୍ମୁ କାଶ୍ମୀର ପୋଲିସ। ପାକିସ୍ତାନୀ ଆତଙ୍କବାଦୀ ଇସମାଇଲ ଏହି ଘଟଣାର ମାଷ୍ଟରମାଇଣ୍ଡ ବୋଲି ଜମ୍ମୁ କାଶ୍ମୀର ପୋଲିସ କହିଛି।