ଅଣ୍ଡରୱାର୍ଲ୍ଡ ଡନ ଦାଉଦ ଇବ୍ରାହିମଙ୍କ ସହଯୋଗୀଙ୍କ ଘରେ ଏନଆଇଏ ରେଡ

ଅଣ୍ଡରୱାର୍ଲ୍ଡ ଡନ ଦାଉଦ ଇବ୍ରାହିମଙ୍କ ସହଯୋଗୀଙ୍କ ଘରେ ଏନଆଇଏ ରେଡ କରିଛି । ମୁମ୍ବାଇରେ ୨୫ ଏବଂ ଥାଣେ ୪ଟି ସ୍ଥାନ ଉପରେ ଘନ ଘନ ଚଢ଼ାଉ ଜାରୀ ରହିଛି । ଛୋଟା ସକୀଲ, ଜାଭେଦ ଚିକନା, ଟାଇଗର ମେନନ, ଇକବଲ ଗିର୍ଚି, ଦାଉଦର ଭଉଣୀ ହସିନା ପାରକର ଏବଂ ସେମାନଙ୍କ ସହ ଜଡିତ ଲୋକ ଏବଂ ବନ୍ଧୁ ବାନ୍ଧବଙ୍କ ବାସଭବନରେ ଏହି ଚଢ଼ାଉ ହୋଇଛି ।

ଦାଉଦ ପାଇଁ ସପୋର୍ଟ ସିଷ୍ଟମ ପ୍ରସ୍ତୁତ କରୁଥିବା ଗୁଡ୍ଡୁ ପଠାନଙ୍କୁ ଇତି ମଧ୍ୟରେ ଗିରଫ କରାଯାଇଛି । ସେ ପୂର୍ବରୁ ଏନସିବି ଟାର୍ଗେଟରେ ମଧ୍ୟ ରହିଥିଲେ ।

ହାଜୀ ଅଲି ଦରଗାହର ଟ୍ରଷ୍ଟି ସୁହେଲ ଖଣ୍ଡୱାନିଙ୍କୁ ମଧ୍ୟ ଅଟକ ରଖାଯାଇଛି । ନବାବ ମଲିକ ପୁତ୍ର ଫିରୋଜ ମଧ୍ୟ ଏହି ଫାର୍ମରେ ନିବେଶକ ଥିଲେ । ନୱାବ ମଲିକଙ୍କ କେତେକ ବାସଭବନରେ ମଧ୍ୟ ଚଢ଼ାଉ ଜାରୀ କରାଯାଇଛି । ଏନଆଇଏ ମୁମ୍ବାଇର କେତେକ ଦଲାଲ, ହାୱାଲା ଅପରେଟର୍ସ, ରିୟଲ ଇଷ୍ଟେଟ ବ୍ୟବସାୟୀଙ୍କ ଉପରେ ମଧ୍ୟ କଡା ନଜର ରଖିଛି । ଏମାନଙ୍କ ମାର୍ଫତରେ ଆସୁଥିବା ଅର୍ଥ ଦେଶ ବିରୋଧୀ କାର୍ଯ୍ୟରେ ଲଗା ଯାଉଥିବା ଅଭିଯୋଗ ହୋଇଛି ।