ଅକ୍ଷୟ ତୃତୀୟାରେ ଅଖିମୁଠି ବୁଣିଲେ ସୁର

ଭୁବନେଶ୍ୱର: କୃଷିଭିତିକ ପର୍ବ ଅକ୍ଷୟ ତୃତୀୟା । ଚାଷୀଭାଇ ମନରେ ନାହିଁ ନଥିବା ଉତ୍ସାହ । କୋରୋନା ପାଇଁ ଯଦିଓ ଏହା ଟିକେ ଫିକା ପଡିଛି ତେବେ ରାଜନେତା ଚାଷୀଙ୍କ ସହିତ ସାମିଲ ହୋଇ ଏହି ପର୍ବକୁ ପାଳନ କରିଛନ୍ତି ।

ଅଖିମୁଠି ସହ ହଳ ବଲଦ ଯୋଚି ବିହନ ଅନୁକୂଳ ହୋଇଛି । କଂଗ୍ରେସ ପକ୍ଷରୁ ଅକ୍ଷୟ ତୃତୀୟା ପାଳନ ହୋଇଛି । ଅଖିମୁଠି ଅନୁକୂଳ କଲେ ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ ।

ଖୋର୍ଦ୍ଧା ଜିଲ୍ଲା ଜାମୁକୋଳିଠାରେ ପାରମ୍ପରିକ ଚାଷ କାର୍ଯ୍ୟ ଶୁଭାରମ୍ଭ କରିଛନ୍ତି । ସାମାଜିକ ଦୂରତା ଅବଲମ୍ବନ କରିବା ସହ ସମସ୍ତେ ମୁଁହରେ ମାସ୍କ ବାନ୍ଧି ହଳ କରିବା ସହ ଧାନ ବୁଣି ଥିଲେ । ସରକାରଙ୍କ ନିର୍ଦ୍ଦେଶନାମାକୁ ମାନି ଚାଷୀ ଚାଷ କାର‌୍ୟ୍ୟ ଆରମ୍ଭ କରିଛନ୍ତି ।