୭ ଜିଲ୍ଲାରେ ଘଡଘଡି ସହ ବର୍ଷା !

ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି ରହିଛି । ଏହାରି ଭିତରେ ୭ ଜିଲ୍ଲାକୁ ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି । ଏହି ଜିଲ୍ଲାଗୁଡିକ ହେଉଛି କେନ୍ଦୁଝର, ମୟୂରଭଞ୍ଜ, କନ୍ଧମାଳ, ଗଞ୍ଜାମ, ଗଜପତି, ରାୟଗଡା ଓ କୋରାପୁଟ । ଏହି ଜିଲ୍ଲାରେ ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ସେପଟେ ରାଜ୍ୟରେ ପଶ୍ଚିମ ଓଡିଶାରେ ଅସମ୍ଭାଳ ତାତି ହେଉଛି । ୧୨ରୁ ୧୪ ତାରିଖ ଯାଏଁ ତାପମାତ୍ରା ଆହୁରି ବଢିବ । ପଶ୍ଚିମ ଓଡିଶା ସମେତ ଆଭ୍ୟନ୍ତରୀଣ ଦକ୍ଷିଣ ଓ ଉତ୍ତରରେ ଏହି ତିନି ଦିନ ତାତି ୪୪ ଡିଗ୍ରୀ ଟପିପାରେ । ଏନେଇ ବରିଷ୍ଠ ପାଣିପାଗ ବିଶେଷଜ୍ଞ ଆକଳନ କରିଛନ୍ତି ।

ସେହିପରି ଉପକୂଳ ଓଡିଶାରେ ୧୪ ତାରିଖ ଯାଏ ତାପମାତ୍ରା କମ୍ ରହିବ । ୯, ୧୦ ଓ ୧୧ ତାରିଖରେ ତାପମାତ୍ରା ପୁଣି ୨ ଡିଗ୍ରୀ ଯାଏ ହ୍ରାସ ପାଇବ । ବଙ୍ଗୋପସାଗରରେ ସମ୍ଭାବ୍ୟ ଲଘୁଚାପ ଯୋଗୁଁ ବାୟୁର ଦିଗ ପରିବର୍ତ୍ତନ ହେବ । ଯାହା ଫଳରେ ଉପକୂଳରେ ତାପମାତ୍ରା କମ୍ ରହିବ ।