୫୦ ବର୍ଷ ବୟସର କର୍ମଚାରୀଙ୍କୁ ଅପ୍ରିଲ ୪ ଯାଏଁ ଛୁଟି

ଭୁବନେଶ୍ୱର: କୋରୋନାକୁ ନେଇ ଚାରିଆଡେ ସତର୍କତା ଜାରି କରିଛନ୍ତି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର । ସରକାରୀ କର୍ମଚାରୀ ଯେଉଁମାନଙ୍କ ବୟସ ୫୦ ଟପିଥିବ ସେମାନଙ୍କୁ ଏପ୍ରିଲ ୪ ଯାଏଁ ଛୁଟି ଦେଇଛନ୍ତି ସରକାର ।

ସେମାନଙ୍କୁ ମେଡିକାଲ ସାର୍ଟିଫିକେଟ ଦେବାକୁ ପଡିବ ନାହିଁ । ଯଦି କୌଣସି ଜଟିଳ ବ୍ୟାଧି ଯେପରିକି ଡାଇବେଟିସ, ହାର୍ଟ, ନିଶ୍ୱାସ ପ୍ରଶ୍ଵାସ ଜନିତ କିଛି ସମସ୍ୟା ଥିବ ତେବେ ସେମାନେ ଘରେ ଛୁଟିରେ ରହିପରିବେ ।