୪ ରାଜ୍ୟର ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ତାରିଖ

ପଶ୍ଚିମବଙ୍ଗ, ଛତିଶଗଡ, ବିହାର ଏବଂ ମହାରାଷ୍ଟ୍ରରେ ଉପ-ନିର୍ବାଚନ ପାଇଁ ନିର୍ବାଚନ ଆୟୋଗଙ୍କ ତାରିଖ ଘୋଷଣା । ଏପ୍ରିଲ ୧୨ ରେ ଗୋଟିଏ ଲୋକସଭା ଏବଂ ଚାରିଟି ବିଧାନସଭା ଆସନରେ ନିର୍ବାଚନ ହେବାକୁ ଯାଉଛି । ଏଥିରେ ପଶ୍ଚିମବଙ୍ଗର ଆସନସୋଲ ଲୋକସଭା ଆସନ ମଧ୍ୟ ରହିଛି । ଏଥି ସହିତ ଛତିଶଗଡ, ମହାରାଷ୍ଟ୍ର , ପଶ୍ଚିମବଙ୍ଗ ଓ ବିହାରରେ ଗୋଟିିଏ ଲେଖାଏଁ ବିଧାନସଭା ଆସନରେ ଉପ-ନିର୍ବାଚନ ଅନୁଷ୍ଠିତ ହେବ । ଏପ୍ରିଲ ୧୬ ରେ ଏହି ନିର୍ବାଚନର ଫଳାଫଳ ପ୍ରକାଶ ପାଇବ ।

ନିର୍ବାଚନ ଆୟୋଗଙ୍କ ଅନୁଯାୟୀ ପଶ୍ଚିମବଙ୍ଗର ଆସନସୋଲ ସଂସଦୀୟ କ୍ଷେତ୍ରରେ ଉପ-ନିର୍ବାଚନ ଅନୁଷ୍ଠିତ ହେବ । ବାବୁଲ ସୁପ୍ରିଓ ଏଠାରୁ ସାଂସଦ ଥିଲେ, କିନ୍ତୁ ସେ ବିଜେପି ଛାଡି ଟିଏମସିରେ ଯୋଗ ଦେବା ପରେ ସାଂସଦ ପଦରୁ ମଧ୍ୟ ଇସ୍ତାଫା ଦେଇଥିଲେ । ତେଣୁ ଏହି ଆସନରେ ଉପନିର୍ବାଚନ ହେବାକୁ ଯାଉଛି । ସେହିପରି ପଶ୍ଚିମ ବଙ୍ଗର ବାଲିଗଞ୍ଜରେ, ଛତିଶଗଡର ଖାଇରାଗଡରେ, ବିହାରର ବୋଚାହାନ ଏବଂ ମହାରାଷ୍ଟ୍ରର କୋହ୍ଲାପୁର ଉତ୍ତର ବିଧାନ ସଭା ନିର୍ବାଚନ ମଣ୍ଡଳୀରେ ମଧ୍ୟ ଉପ-ନିର୍ବାଚନ ଅନୁଷ୍ଠିତ ହେବା ନେଇ ନିର୍ବାଚନ କମିଶନ ସୂଚନା ଦେଇଛନ୍ତି ।

ବିଜ୍ଞପ୍ତି ପ୍ରକାଶ ତାରିଖ- ୧୭ ମାର୍ଚ୍ଚ ୨୦୨୨, ନାମାଙ୍କନ ପତ୍ରର ଶେଷ ତାରିଖ – ୨୪ ମାର୍ଚ୍ଚ, ନାମାଙ୍କନ ପ୍ରତ୍ୟାହାର ପାଇଁ ଶେଷ ତାରିଖ – ୨୮ ମାର୍ଚ୍ଚ, ମତଦାନ- ୧୨ ଏପ୍ରିଲ ି ଓ ମତ ଗଣନା- ୧୬ ଏପ୍ରିଲ ନେଇ ନିର୍ବାଚନ କମିଶନ ସୂଚନା ଦେଇଛନ୍ତି ।