ଭୁବନେଶ୍ବର : ଆଗାମୀ ନିର୍ବାଚନ ପାଇଁ ଓଡ଼ିଶା ବିଜେପି ନିଜର ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଜାରି କରିଛି । ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ରାଜନାଥ ସିଂ, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ରଘୁବର ଦାସ, ବିଜେପି ଅଧ୍ୟକ୍ଷ ଅମିତ ଶାହା, କେନ୍ଦ୍ରମନ୍ତ୍ରୀ ନିତିନ ଗଡ଼କରୀ, ସ୍ମୃତି ଇରାନୀ, ପ୍ରକାଶ ଜାବଡେକର, ସଂପାଦକ ସୁରେଶ ପୁଜାରୀ, ବିଜେପି ଉପସଭାପତି ବୈଜୟନ୍ତ ପଣ୍ଡା, ବିଜେପି ନେତା ଦାମ ରାଉତ, ହେମାମାଳିନୀ, ଅନୁଚୌଧୁରୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ନେତା ଗିରିଧାରୀ ଗୋମାଙ୍ଗୋ ପ୍ରମୁଖ ରହିଛନ୍ତି ।