୩ ମାସର ଘରଭଡା ଛାଡ଼ କରିବାକୁ ମାଲିକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ

ଭୁବନେଶ୍ୱର: ଲକଡାଉନ ଯୋଗୁଁ ପ୍ରଭାବିତ ଜନତା । ଏଥିଯୋଗୁଁ ୩ ମାସର ଘରଭଡା ଛାଡ଼ କର କିମ୍ବା ସ୍ଥଗିତ ରଖିବାକୁ ଘର ମାଲିକଙ୍କୁ ଅପିଲ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ସମଗ୍ର ବିଶ୍ୱ ବର୍ତମାନ ସଙ୍କଟ ଦେଇ ଗତି କରୁଛି । ଏଭଳି ସମୟରେ ସମସ୍ତେ ସମସ୍ତଙ୍କ ପାଖରେ ଛିଡା ହେବାର ଆବଶ୍ୟକତା ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏଭଳି ସଙ୍କଟ ସମୟରେ ଘର ମାଲିକ ସହୃଦୟ ଦେଖାନ୍ତୁ । ଯେଉଁମାନେ ଘର ଭଡା ଦେଇପାରୁ ନାହାଁନ୍ତି ସେମାନଙ୍କୁ ଘର ଛାଡିବାକୁ କୁହନ୍ତୁ ନାହିଁ ବୋଲି ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ।