୩ରେ ଆସିବେ ମୀରା କୁମାର

ଭରବଙ୍କନଶ୍ୱର: ତିନି ତାରିଖରେ କଂଗ୍ରେସ ସମର୍ଥିତରାଷ୍ଟ୍ରପତି ପ୍ରାର୍ଥୀ ମୀରା କୁମାର ଓଡ଼ିଶା ଗସ୍ତରେ ଆସିବେ । ନିର୍ବାଚନ ପ୍ରଚାର ପାଇଁ ସେ ଦିନିକିଆ ଓଡ଼ିଶା ଗସ୍ତରେ ଆସୁଥିବା ସୂଚନା ମିଳିଛି । ମୀରା ତାଙ୍କ ଏହି ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିବା କାର୍ଯ୍ୟକ୍ରମ ରହିଛି । ସେ ନିଜ ସପକ୍ଷରେ ବିଜେଡିର ସମର୍ଥନ ଲୋଡ଼ିବେ ବୋଲି ଜଣା ପଡ଼ିଛି । ତେବେ ପୂର୍ବରୁ ବିଜେଡି ବିଜେପି ସମର୍ଥିତ ରାଷ୍ଟ୍ରପତି ପ୍ରାର୍ଥୀ ରାମନାଥ କୋବିନ୍ଦଙ୍କୁ ସମର୍ଥନ କରିବ ବୋଲି ଘୋଷଣା କରିସାରିଥିଲେ ମଧ୍ୟ ମୀରା ଔପଚାରିକତା ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିବେ ବୋଲି ସୂଚନା ମିଳିଛି । ଏହାସହିତ ସେ କଂଗ୍ରେସ ଭବନରେ ଦଳର ସାଂସଦ ଏବଂ ବିଧାୟକମାନଙ୍କ ଏକ ବୈଠକରେ ଯୋଗ ଦେବେ । ସେ ତାଙ୍କର ଗସ୍ତ ସମୟରେ ସ୍ୱାଧୀନ ରାଜ୍ୟସଭା ପ୍ରାର୍ଥୀ ଏଭି ସ୍ୱାମୀଙ୍କୁ ମଧ୍ୟ ଭୁବନେଶ୍ୱରଠାରେ ସାକ୍ଷାତ କରିପାରନ୍ତି ବୋଲି ଆଲୋଚନା ହେଉଛି ।