୨ ନେତାଙ୍କୁ ଦଳରୁ ନିଲମ୍ବିତ କଲେ ବିଜେଡି ସୁପ୍ରିମୋ

ବିଜୁ ଜନତା ଦଳର ଆକ୍ସନ । ଦଳ ବିରୋଧୀ କାର୍ଯ୍ୟ ପାଇଁ ଅନୁଗୁଳ ଏନ୍‌ଏସ୍‌ସିର ନିହାର ହୋତା ଓ ସନ୍ତୋଷ ହୋତାଙ୍କୁ ନିଲମ୍ବନ କରିଛନ୍ତି ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ । ଏନେଇ ଦଳ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ଖବର ଅନୁଯାୟୀ, ଏହି ଦୁହିଁଙ୍କ ନାଁରେ ଦଳ ବିରୋଧୀ କାର୍ଯ୍ୟ ନେଇ ଅଭିଯୋଗ ଆସିଥିଲା ।

ଏହାପରେ ଦଳ ପକ୍ଷରୁ ଆରମ୍ଭ ହୋଇଥିଲା ଖୋଲତାଡ଼ । ଶେଷରେ ବୁଧବାର ଦିନ ବିଜୁ ଜନତା ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ ଅନୁଗୁଳ ଏନ୍‌ଏସ୍‌ସିର ନିହାର ହୋତା ଓ ସନ୍ତୋଷ ହୋତାଙ୍କୁ ନିଲମ୍ବନ କରିଛନ୍ତି । ଏହି ଆଦେଶକୁ ତୁରନ୍ତ ଲାଗୁ କରିବା ନେଇ ମଧ୍ୟ ନୋଟିସ୍‌ରେ ଉଲ୍ଲେଖ ରହିଛି ।