୨ ଆତଙ୍କବାଦୀ ନିହତ

କାଶ୍ମୀରର ସୋପିଆନରେ ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି । ଏହି ଗୁଳିବିନିମୟ ବେଳେ ସୁରକ୍ଷାକର୍ମୀଙ୍କ ଗୁଳିରେ ଦୁଇ ଆତଙ୍କବାଦୀ ନିହତ ହୋଇଛନ୍ତି ।

ଏନେଇ କାଶ୍ମୀର ଜୋନ୍ ପୋଲିସ ସୂଚନା ପ୍ରଦାନ କରିଛି । ପୋଲିସ କହିଛି ଯେ, ସୋପିଆନ୍‌ର ବାଦିଗାମ୍ ଅଞ୍ଚଳରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା ।

ଏହି ଗୁଳିବିନିମୟରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଦୁଇ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ଏପର୍ଯ୍ୟନ୍ତ ସେମାନଙ୍କ ପରିଚୟ ମିଳିପାରିନାହିଁ । ସର୍ଚ୍ଚ ଅପରେସନ୍ ଏବେବି ଜାରି ରହିଛି ।