୧ ବର୍ଷ ପାଇଁ ବୃଦ୍ଧି ହେଲା ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡର ସଚିବ ଜୟ ଶାହାଙ୍କ କାର୍ଯ୍ୟକାଳ

ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡର ସଚିବ ଜୟ ଶାହାଙ୍କୁ ନେଇ ଶନିବାର ଦିନ ଏକ ବଡ ଖବର ଆସିଛି । ଏସିଆନ କ୍ରିକେଟ କାଉଁସିଲ ନିଷ୍ପତ୍ତି ନେଇଛି କି ୨୦୨୪ ପର୍ଯ୍ୟନ୍ତ ଏସିସିର ଅଧ୍ୟକ୍ଷ ରହିବେ ଜୟ ଶାହା ।

ଶନିବାର ଦିନ ହୋଇଥିବା ଏଜିଏମ ବୈଠକରେ ଏହି ନିଷ୍ପତ୍ତି ନିଆଯିବା ପରେ ଏନେଇ ଟ୍ୱିଟ କରି କୁହାଯାଇଛି କି ଏସିସିର ସମସ୍ତ ସଦସ୍ୟଙ୍କ ସହମତରେ ଜୟ ଶାହାଙ୍କ କାର୍ଯ୍ୟକାଳ ୧ ବର୍ଷ ପାଇଁ ବୃଦ୍ଧି କରାଯାଇଛି ।

କହିରଖୁ କି, ଏସିଆନ କ୍ରିକେଟ କାଉଁସିଲରେ ମୋଟ ୫ ଟି ବୋର୍ଡ ସ୍ଥାୟୀ ସଦସ୍ୟ ଭାବେ ରହିଛନ୍ତି । ସେମାନଙ୍କ ମଧ୍ୟରେ ପାକିସ୍ତାନ, ଶ୍ରୀଲଙ୍କା, ବାଂଲାଦେଶ, ଭାରତ ଓ ଆଫଗାନିସ୍ଥାନ ରହିଛି । ଏହା ବ୍ୟତୀତ ନେପାଳ, ଓମାନ, ୟୁଏଇ, ଭୂଟାନ, ହଂକକଂଗ, ଥାଇଲାଣ୍ଡ, ଚୀନ, ବାହାରୀନ ସମେତ ଅନେକ ଦେଶ ବି ଏସିସିର ଅସ୍ଥାୟୀ ସଦସ୍ୟ ଭାବେ ରହିଛନ୍ତି ।

ଏଜିଏମ ବୈଠଳର ନିଷ୍ପତ୍ତି ମୁତାବକ କତାର କ୍ରିକେଟ ଆସୋସିଏସନକୁ ବର୍ତ୍ତମାନ ପରିଷଦର ଜଣେ ପୂର୍ଣ୍ଣ ସଦସ୍ୟ ଭାବେ ମାନ୍ୟତା ଦିଆଯିବ । ପୂର୍ବରୁ ଏହା କେବଳ ଏକ ସହଯୋଗୀର ମାନ୍ୟତା ପାଇଥିଲା ।

ଅନ୍ୟପଟେ ଏସିଆନ କ୍ରିକେଟ କାଉଁସିଲ ୨୦୨୨ ଏସିଆ କପକୁ ନେଇ ନିଷ୍ପତ୍ତି ନେଇଛି । ନିଷ୍ପତ୍ତି ମୁତାବକ ଚଳିତ ବର୍ଷ ଶ୍ରୀଲଙ୍କାରେ ଖେଳାଯିବ ଏସିଆ କପ୍ ଓ ଏହା ଟି ଟ୍ୱେଣ୍ଟି ଫର୍ମାଟରେ ଖେଳାଯିବ ।