ଭୁବନେଶ୍ବର :ଓଡ଼ିଶାର ୧୫ଟି ଜିଲ୍ଲା ପାଇଁ କେନ୍ଦ୍ର ସରକାର ଧାନ କିଣାରେ ଫେୟାର୍ ଆଭରେଜ୍ କ୍ବାଲିଟି ‘ଏଫ୍ଏକୁ୍ୟ’ ମାନ କୋହଳ କରିଛନ୍ତି। ଆଜି କେନ୍ଦ୍ର ସରକାର ଏହି ଘୋଷଣା କରିଛନ୍ତି। ଅଦିନିଆ ବର୍ଷାରେ କ୍ଷତିଗ୍ରସ୍ତ ୧୫ ଜିଲ୍ଲାରେ ଚାଷୀଙ୍କ ପାଇଁ ଏଫଏକୁ୍ୟ ମାନ କୋହଳ କରାଯାଇଛି ବୋଲି କେନ୍ଦ୍ର ଖାଦ୍ୟ, େଯାଗାଣ ଓ ଖାଉଟି କଲ୍ୟାଣ ମନ୍ରୀ ରାମ ବିଳାସ ପାଶଓ୍ବାନ୍ ଆଜି କେନ୍ଦ୍ରମନ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଚିଠି ଲେଖି ଜଣାଇଛନ୍ତି। ଅନ୍ୟପକ୍ଷରେ ରାଜ୍ୟ ଖାଦ୍ୟ ଓ େଯାଗାଣ ମନ୍ରୀ ସୂର୍ଯ୍ୟନାରାୟଣ ପାତ୍ର କହିଛନ୍ତି, କେନ୍ଦ୍ରର ଏଭଳି ନିଷ୍ପତ୍ତି ସମ୍ପର୍କରେ ସେ ଜାଣି ନାହାନ୍ତି। ଏ ସମ୍ପର୍କରେ କୌଣସି ଚିଠି ମଧ୍ଯ ତାଙ୍କର ହସ୍ତଗତ ହୋଇନାହó। ସୂଚନା ଅନୁଯାୟୀ, କେନ୍ଦ୍ରମନ୍ରୀ ଶ୍ରୀ ପାଶଓ୍ବାନ୍ ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି, କେନ୍ଦ୍ର ସରକାର ଚାଷୀଙ୍କର ବିକାଶ ପାଇଁ ପ୍ରତିଶ୍ରୁତିବଦ୍ଧ। ଚାଷୀଙ୍କର ଅସୁବିଧା ସମୟରେ ସେମାନଙ୍କୁ ସାହାଯ୍ୟ କରିବା ସରକାରଙ୍କ ପ୍ରାଥମିକତା। ଧାନ କିଣାରେ ଏଫଏକୁ୍ୟ କୋହଳ କରାଯାଇଥିବାରୁ କେନ୍ଦ୍ରମନ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶ୍ରୀ ପାଶଓ୍ବାନଙ୍କୁ କୃତଜ୍ଞତା ଜଣାଇଛନ୍ତି। ଜାନୁଆରୀ ୩୦ରେ କେନ୍ଦ୍ରମନ୍ରୀ ଧର୍ମେନ୍ଦ୍ର ପ୍ରଧାନ ବର୍ଷା ପ୍ରଭାବିତ ୧୫ ଜିଲ୍ଲାରେ ଧାନକିଣାରେ ଏଫ୍ଏକୁ୍ୟ ମାନ କୋହଳ ପାଇଁ ଶ୍ରୀ ପାଶଓ୍ବାନ୍ଙ୍କୁ ଚିଠି ଲେଖିଥିଲେ। କେନ୍ଦ୍ରର ୪ ଜଣିଆ ଟିମ୍ ବର୍ଷା ପ୍ରଭାବିତ ୧୫ ଜିଲ୍ଲାରେ ଧାନର ମାନ ପରୀକ୍ଷା କର
ଏହି ସବୁ ଜିଲ୍ଲାର ଧାନ ଏଫ୍ଏକୁ୍ୟ ମାନର ନ ଥିବା ନେଇ ରିପୋର୍ଟ ପ୍ରଦାନ କରିଥିଲେ। ପ୍ରଭାବିତ ଚାଷୀମାନଙ୍କ ଦାବିକୁ ଦୃଷ୍ଟିରେ ରଖି କେନ୍ଦ୍ରମନ୍ରୀ ଶ୍ରୀ ପ୍ରଧାନ କେନ୍ଦ୍ରମନ୍ରୀ ପାଶଓ୍ବାନ୍ଙ୍କୁ ଚିଠି ଲେଖିଥିଲେ। ଓଡ଼ିଶାରେ ଧାନର ମାନ ସମ୍ପର୍କରେ ତଦନ୍ତ କରି ଏଫ୍ସିଆଇ ଏହି ସବୁ ଜିଲ୍ଲାର ଧାନ ଏଫ୍ଏକୁ୍ୟ ମାନରେ ନ ଥିବା ନେଇ ରିପୋର୍ଟ ପ୍ରଦାନ କରିଥିଲେ ସୁଦ୍ଧା ଓଡ଼ିଆ ଚାଷୀଙ୍କର ସ୍ବାର୍ଥ ଦୃଷ୍ଟିରୁ ଓ ଅଭାବୀ ବିକ୍ରି ରୋକିବା ପାଇଁ ଶ୍ରୀ ପାଶ୍ବାନ ପଦକ୍ଷେପ ନେଇ ଏଫଏକୁ୍ୟ ମାନ କୋହଳ କରି ଚାଷୀମାନଙ୍କୁ ସର୍ବନିମ୍ନ ସହାୟକ ମୂଲ୍ୟ େଯାଗାଇ ଦେବା ପାଇଁ ଶ୍ରୀ ପ୍ରଧାନ କେନ୍ଦ୍ରମନ୍ରୀ ଶ୍ରୀ ପାଶଓ୍ବାନ୍ଙ୍କୁ ଅନୁରୋଧ କରିଥିଲେ।