୧୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଅସହ୍ୟ ତାତିରୁ ରାଜ୍ୟବାସୀ ଟିକିଏ ମୁକ୍ତି ପାଇଛନ୍ତି କି ନାହିଁ ପୁଣି ସେମାନଙ୍କ ପାଇଁ ମୁଣ୍ଡ ଟେକିଛି ଆଉ ଏକ ବିପଦ । କାଳବୈଶାଖୀକୁ ନେଇ ପୂର୍ବ ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଏଥିପାଇଁ ରାଜ୍ୟର ମୋଟ ୧୫ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି । ସମସ୍ତ ଜିଲ୍ଲାକୁ ସତର୍କ କରିଛି ପାଣିପାଗ ବିଭାଗ ।

ଏଥି ସହିତ ସତର୍କ ରହିବାକୁ ଜିଲ୍ଲାପାଳମାନଙ୍କୁ ସତର୍କ ମଧ୍ୟ କରି ଦିଆଯାଇଛି । ରାଜ୍ୟକୁ ମାଡି ଆସୁଛି କାଳ ବୈଶାଖୀ । ଏ ନେଇ ପାଣିପାଗ ବିଭାଗ ପକ୍ଷରାୁ ସୂଚନା ଦିଆଯାଇଛି ।

କାଳବୈଶାଖୀ ଜନିତ ଝଡବର୍ଷା ନେଇ ମୋଟ ୧୫ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଏହି ଜିଲ୍ଲାମାନଙ୍କରେ କୁଆପଥର ମାଡ ସହ ୪୦-୫୦ କିଲୋମିଟର ବେଗରେ ପବନ ବହିବା ନେଇ ଆଶଙ୍କା କରାଯାଉଛି । କଳାହାଣ୍ଡି, କୋରାପୁଟ, କନ୍ଧମାଳ, ରାୟଗଡା, ଗଜପତି, ବୌଦ୍ଧ ଇତ୍ୟାଦି ଜିଲ୍ଲାମାନଙ୍କରେ କାଳବୈଶାଖୀର ଯଥେଷ୍ଟ ସମ୍ଭାବନା ରହିଛି । ସେହିପରି ଅନୁଗୁଳ, ଢେଙ୍କାନାଳ, ମୟୁରଭଞକଜ, ଦେବଗଡ, କେନ୍ଦୁଝର, ବାଲେଶ୍ୱର ଏବଂ ଭଦ୍ରକ ସମେତ ଯାଜପୁର, କେନ୍ଦ୍ରାପଡା ଆଦି ଜିଲ୍ଲା ମାନଙ୍କରେ ବଜ୍ରପାତ ସହ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ତେବେ ଏହି ଝଡବର୍ଷା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ପାଇଁ ସମ୍ପୃକ୍ତ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର ।