୧୫ କ୍ୱିଣ୍ଟାଲ ଫୁଲରେ ସଜ୍ଜିତ ହୋଇଛି କେଦାରନାଥ ଧାମ

କେଦାର ବାବାଙ୍କର ଉତ୍ସବ ଡୋଲି ଗୁରୁବାର ସନ୍ଧ୍ୟାରେ ଗୌରୀକୁଣ୍ଡରୁ ବାହାରି କେଦାରନାଥରେ ପହଞ୍ଚିଛି । ଏବେ ଶୁକ୍ରବାର ଅର୍ଥାତ୍‌ ଆସନ୍ତା କାଲି ସକାଳ ୬.୨୫ଟାରେ ମନ୍ଦିରର କବାଟ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲି ଦିଆଯିବ। କବାଟ ଖୋଲିବାକୁ ନେଇ ପ୍ରଶାସନ ଏବଂ ମନ୍ଦିର ସମିତି ପକ୍ଷରୁ ପୂରା ପ୍ରସ୍ତୁତି କରାଯାଇଛି । କବାଟ ଖୋଲିବା ପୂର୍ବରୁ ମନ୍ଦିରକୁ ୧୫ କ୍ୱିଣ୍ଟାଲ ଫୁଲରେ ସଜ୍ଜା ଯାଇଛି ।

ଗତ ୨ ମଇରେ ଭଗବାନ କେଦାରଙ୍କର ଡୋଲି ପଞ୍ଚକେଦାର ଗଦ୍ଦିସ୍ଥଳ ଓଙ୍କାରେଶ୍ୱର ମନ୍ଦିର ଉଖିମଠରୁ କେଦାରପୁରୀ ପାଇଁ ବାହିରି ଥିଲା । ଆଜି ଗୁରୁବାର ସକାଳ ଗୌରୀକୁଣ୍ଡରୁ କେଦାରନାଥ ଧାମ ପାଇଁ ପ୍ରସ୍ଥାନ କରିଛି । ଉତ୍ସବ ଡୋଲି ଯାତ୍ରାରେ ଶହ ଶହ ସଂଖ୍ୟାରେ ଭକ୍ତ ମଧ୍ୟ ସାଥିରେ ଚାଲୁଥିଲେ । ରାସ୍ତାରେ ଅନେକ ସ୍ଥାନରେ ଗ୍ଲାସିୟରକୁ କାଟି ରାସ୍ତା ତିଆରି କରାଯାଇ ଥିଲା। ଧାମରେ ପାଗ ଥଣ୍ଡା ଥିଲା । ହେଲେ ଶ୍ରଦ୍ଧାଳୁ କବାଟ ଖୋଲିବାର କ୍ଷଣକୁ ଦର୍ଶନ କରିବା ପାଇଁ ବହୁତ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି ।