୧୨ରେ‘ଦେବଦାସ’ର ରି-ରିଲିଜ

ମୁମ୍ବାଇ: ବଲିଉଡର ବହୁ ଚର୍ଚିଚ ସଂଜୟଲୀଲା ଭାଂସାଲୀଙ୍କ ସୁପରହିଟ ପିଲ୍ମୀ ‘ଦେବଦାସ’ ରି-ରିଲିଜ ହେବାକୁ ଯାଉଛି । ଜୁଲାଇ ୧୨ରେ ଏକ ନୂଆ ଢଙ୍ଗରେ ଏହାର ରି-ରିଲିଜ ହେବ ବୋଲି ସୂଚନା ମିଳିଛି । ଶାହାରୁଖଙ୍କ ଅଭିନିତ ଏହି ସିନେମା ଏଥର ଥ୍ରୀ-ଡିରେ ଆସିବ । ୨୦୦୨ରେ ମୁକ୍ତିଲାଭ କରିଥିବା ଶାହାରୁଖ୍ ଖାନ,ମାଧୁରୀ ଦୀକ୍ଷିତ ଏବଂ ଐଶ୍ୱର୍ୟ୍ୟା ରାୟ ଅଭିନୀତ ଏହି ସୁପରହିଟ୍ ସିନେମା । ୨୦୦୨ ଜୁଲାଇ ୧୨ରେ ମୁକ୍ତିଲାଭ କରିଥିଲା ‘ଦେବଦାସ’ର । ଏହା ଥିଲା ସେ ସମୟର ଏକ ବିଗବଜେଟ୍ ସିନେମା। ଏଥିରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଇସମାଇଲ୍ ଦରବାର।