ବ୍ରିଟେନର ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍ସ୍କିଙ୍କ ସହ ଫୋନ୍ରେ କଥା ହୋଇଛନ୍ତି। ୟୁକ୍ରେନର ମାରିଆପୋଲରୁ ଲୋକଙ୍କୁ ସୁରକ୍ଷିତ ଭାବେ ବାହାର କରିବା ପାଇଁ ମିଳିତ ଜାତିସଂଘର ପ୍ରୟାସର ଅଗ୍ରଗତି ବିଷୟରେ ଦୁଇ ରାଷ୍ଟ୍ରର ନେତା ଆଲୋଚନା କରିଛନ୍ତି। ରବିବାର ଏକ ସରକାରୀ ବୟାନରେ ଏନେଇ ସୂଚନା ଦିଆଯାଇଛି।
ବାର୍ତ୍ତାଳାପ ସମୟରେ ଜନସନ ୟୁକ୍ରେନକୁ ବ୍ରିଟେନର ଲଗାତର ଅର୍ଥନୈତିକ ଏବଂ ମାନବିକ ସହାୟତା ପ୍ରଦାନ କରିବ ବୋଲି ପ୍ରସ୍ତାବ ଦେଇଛନ୍ତି। ୟୁକ୍ରେନକୁ ନିଜକୁ ରକ୍ଷା କରିବା ଲାଗି ଆବଶ୍ୟକ ଉପକରଣ ସହିତ ବ୍ରିଟେନ ଅତିରିକ୍ତ ସୈନ୍ୟ ସହାୟତା ପ୍ରଦାନ କରିବା ଜାରି ରଖିବ ବୋଲି ବୋରିସ୍ ଜନସନ କହିଛନ୍ତି। ସୂଚନାଯୋଗ୍ୟ, ରୁଷିଆ ୟୁକ୍ରେନ୍ ଉପରେ ଆକ୍ରମଣ କରିବା ଦିନରୁ ବ୍ରିଟେନ କ୍ରମାଗତ ଭାବେ କ୍ୱିଭ୍କୁ ସାହାଯ୍ୟ କରିବା ସହ ମସ୍କୋକୁ ବିରୋଧ କରିଆସୁଛି।