ୟୁକ୍ରେନରେ ଗୁଳିମାଡରେ ଜଣେ ଆମେରିକୀୟ ସାମ୍ବାଦିକ ପ୍ରାଣ ହରାଇଥିବାବେଳେ ଅନ୍ୟ ଜଣେ ସାମ୍ବାଦିକ ଗୁରୁତର ହୋଇଥିବା ସୂଚନା ମିଳିଛି । ଆଜି (ରବିବାର) ୟୁକ୍ରେନ ରାଜଧାନୀ କିଭର ଉତ୍ତର- ପଶ୍ଚିମରେ ଥିବା ଇରପିନ ସହରରେ ଏହି ଅଘଟଣା ଘଟିଥିବା ଏକ ସ୍ଥାନୀୟ ଗଣମାଧ୍ୟମରେ ଖବର ପ୍ରକାଶିତ ହୋଇଛି ।
ଯୁଦ୍ଧ ଜାରି ରହିଥିବାବେଳେ ଖବର ସଂଗ୍ରହ କରିବା ପାଇଁ ଏହି ଆମେରିକୀୟ ସାମ୍ବାଦିକ ସେଠାକୁ ଯାଇଥିବାବେଳେ ଏହି ଅଘଟଣ ଘଟିଛି ।
ୟୁକ୍ରେନର ଜଣେ ସେନାଧିକାରୀଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଗୁଳିକାଣ୍ଡ ପରେ ଜଣେ ଆମେରିକୀୟଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିବାବେଳେ ଅନ୍ୟଜଣଙ୍କୁ ଆହତ ଅବସ୍ଥାରେ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ପଠାଯାଇଛି । ମୃତ ସାମ୍ବାଦିକଙ୍କ ସମ୍ପର୍କରେ ସ୍ପଷ୍ଟ ସୂଚନା ମିଳିପାରିନାହିଁ ।