ହ୍ୟାକ୍ ହେଲା ପାକିସ୍ତାନର ଶତାଧିକ ସରକାରୀ ୱେବସାଇଟ୍

ନୂଆଦିଲ୍ଲୀ: ପୁଲୱାମା ଆତଙ୍କବାଦୀ ଆକ୍ରମଣ ପରେ ପରେ ପାଖାପାଖି ୨ ଶହ ପାକିସ୍ତାନୀ ୱେବସାଇଟକୁ ହ୍ୟାକ୍ କରିଦିଆଯାଇଛି । ମିଳିଥିବା ସୂଚନା ଅନୁସାରେ, ହ୍ୟାକରମାନେ ଏହି ସମସ୍ତ ୱେବସାଇଟକୁ ହ୍ୟାକ୍ କରି ଲେଖିଛନ୍ତି କି ‘ଆମେ ୧୪/୦୨/୨୦୧୯କୁ ଭୁଲି ପାରିବୁ ନାହିଁ । ଏହାର ବଦଲା ନିଶ୍ଚୟ ନିଆଯିବ । ଏହି ହ୍ୟାକିଂ ତାଙ୍କ ଉଦ୍ଦେଶ୍ୟରେ କରାଯାଇଛି , ଯେଉଁମାନେ ପୁଲୱାମା ଆଟାକରେ ସହିଦ ହୋଇଛନ୍ତି ।’ ତେବେ ହ୍ୟାକ୍ କରାଯାଇଥିବା ୱେବସାଇଟ୍ ଗୁଡିକ ମଧ୍ୟରେ ଅଧିକାଂଶ ପାକିସ୍ତାନ ସରକାରଙ୍କର ଆଧିକାରୀକ ୱେବସାଇଟ୍ । ୱେବସାଇଟଗୁଡିକୁ ସଂପୂର୍ଣ୍ଣ ଭାବରେ ହ୍ୟାକ୍ କରାଯାଇ ଏହାର ହୋମ ପେଜରେ ମେସଜ ଲେଖାଯାଇଛି । ଏଥିରେ ଆଇ-କ୍ରିଉ ଟିମ୍ ଲେଖାଯାଇଛି, ଯିଏକି ଏହି ସବୁ ୱେବସାଇଟକୁ ହ୍ୟାକ୍ କରିଥିବା ନେଇ ଦାବି କରିଛି । ହ୍ୟାକ୍ ହୋଇଥିବା ସମସ୍ତ ୱେବସାଇଟ୍ ମଧ୍ୟରୁ କିଛି ଠିକ୍ କରାଯାଇଥିବା ବେଳେ ଅନେକ ୱେବସାଇଟ୍ ବର୍ତ୍ତମାନ ଅଚଳ ହୋଇପଡିଛି ।