ହୃଦୟସ୍ଫର୍ଶୀ ଭିଡିଓ ବାର୍ତ୍ତା : ଅସହାୟଙ୍କୁ ସହାୟତା ଦେବାକୁ ଆହ୍ୱାନ ଦେଲେ ୫-ଟି ସଚିବ ଭି କେ ପାଣ୍ଡିଆନ, ଦେଖନ୍ତୁ ଭିଡିଓ

ଜିଲ୍ଲାପାଳ ମାନଙ୍କୁ ୫ଟି ସଚିବଙ୍କ ସନ୍ଦେଶ : ଅତିରିକ୍ତ ମାଇଲ ଯାଇ ଲୋକଙ୍କ ସେବା କରନ୍ତୁ ଓ ସେବାର ଉତ୍କୃଷ୍ଟ ମାନଦଣ୍ଡ ସ୍ଥିର କରନ୍ତୁ

ଭୁବନେଶ୍ୱର : ଆମେ ସମସ୍ତେ ଦୁନିଆରେ ପରସ୍ପର ସହ ଯୋଡି ହୋଇ ଅଛେ,ଯଦି ଜଣେ ଅସୁବିଧା ଭୋଗନ୍ତି, ତେବେ ଆମେ ସମସ୍ତେ ମଧ୍ୟ ତାହା ଭୋଗନ୍ତି । ଉଦାସିନ ଲୋକମାନେ ଅନ୍ୟର ଦୁଖର କାରଣ ହୋଇପଡିଛନ୍ତି । ଆଉ ସମାଜରେ ଘଟୁଥିବା ଦୁଖଦ ଘଟଣା ପାଇଁ ହିଁ ସେମାନେ ଦାୟୀ । ତେଣୁ ଯେ କୌଣସି ବ୍ୟକ୍ତି ସେ ପରିବାର ହୁଅନ୍ତୁ ବା ସମାଜର କିମ୍ବା ସମ୍ପ୍ରଦାୟର, କେହି ବି ଯେମିତି ଅଣଦେଖା ନହୁଅନ୍ତି ତାହା ନିଶ୍ଚିତ କରିବା ଅମ ଉପରେ ନ୍ୟସ୍ତ । ଆମେରିକାର ଏକ ସତ୍ୟ ଘଟଣାର ବିଚାର ପ୍ରକ୍ରିୟାକୁ ନେଇ ସାମୁହିକ ଦାୟୀତ୍ୱ ସଂପର୍କରେ ଏକ ହୃଦୟସ୍ଫର୍ଶୀ ଭିଡିଓ ବାତ୍ତା ଦେଉଛନ୍ତି ରାଜ୍ୟ ସରକାରଙ୍କ ୫-ଟି ସଚିବ ଭି କେ ପାଣ୍ଡିଆନ । ଏହି ବାର୍‌ତ୍ତାରେ ସମାଜର ଲୋକମାନଙ୍କୁ ଅସହାୟ ଲୋକଙ୍କ ଲାଗି ସହାୟତାର ହାତ ବଢାଇବାକୁ ସେ ଆହ୍ୱାନ ଦେଇଛନ୍ତି ।

ଜିଲ୍ଲାପାଳ ମାନଙ୍କୁ ୫ଟି ସଚିବଙ୍କ ସନ୍ଦେଶ : ଅତିରିକ୍ତ ମାଇଲ ଯାଇ ଲୋକଙ୍କ ସେବା କରନ୍ତୁ ଓ ସେବାର ଉତ୍କୃଷ୍ଟ ମାନଦଣ୍ଡ ସ୍ଥିର କରନ୍ତୁ

ସେ କହିଛନ୍ତି ଭାରତର ସଶକ୍ତ ଜିଲାପାଳ  (କଲେକ୍ଟର) ଅନୁଷ୍ଠାନ ଭଳି ସମଗ୍ର ବିଶ୍ୱରେ ବହୁତ କମ୍  ଅନୁଷ୍ଠାନ ଅଛି । ସହାୟତା ଆବଶ୍ୟକ କରୁଥିବା ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଏହି ସମୟ ଅପେକ୍ଷା ଉତ୍କୃଷ୍ଟ ସମୟ ହୋଇ ନପାରେ । ନିଜର ଏହି ଶକ୍ତିକୁ ଅସହାୟ ଲୋକଙ୍କୁ ସାହାଯ୍ୟ କରିବାରେ ବ୍ୟବହାର କରନ୍ତୁ । ଅତିରିକ୍ତ ମାଇଲ ଯାଇ ଲୋକଙ୍କ ସେବା କରନ୍ତୁ ଓ ସେବାର ଉତ୍କୃଷ୍ଟ ମାନଦଣ୍ଡ ସ୍ଥିର କରନ୍ତୁ ।  ସମସ୍ତ ମାନବିକ କାର୍ଯ୍ୟ ବିପଦମୁକ୍ତ ।

ଦେଖନ୍ତୁ ଭିଡିଓ