ହଟିଲା ଇପିଏଫ୍ ଲାଇଫ୍ ସାର୍ଟିଫିକେଟ୍ ଦାଖଲ କରିବାର ସମୟସୀମା

କର୍ମଚାରୀ ଭବିଷ୍ୟ ନିଧି ସଂଗଠନ ଏହାର ପେନସନ ଭୋଗୀମାନଙ୍କ ପାଇଁ ଏକ ବିଶେଷ ସୁବିଧା ଆରମ୍ଭ କରିଛି। ବର୍ତ୍ତମାନ ପେନସନଭୋଗୀମାନଙ୍କୁ ଜୀବନ ପ୍ରମାଣପତ୍ର ଦାଖଲ କରିବାକୁ ଚିନ୍ତା କରିବାକୁ ପଡ଼ିବ ନାହିଁ। ସେ ଯେତେବେଳେ ଚାହିଁବେ ତାଙ୍କ ଜୀବନ ପ୍ରମାଣପତ୍ର ଦାଖଲ କରିପାରିବେ। ଇପିଏଫ୍ ଲାଇଫ୍ ସାର୍ଟିଫିକେଟ୍ ଦାଖଲ କରିବାର ସମୟସୀମାକୁ ଏବେ ହଟାଇ ଦିଆଯାଇଛି।।

ଜୀବନ ପ୍ରମାଣପତ୍ର ଦାଖଲ ହେବା ପରେ ଏହା ୧ ବର୍ଷ ପାଇଁ ବୈଧ ହେବ। ଏହା ପରେ ଆପଣଙ୍କୁ ପୁଣିଥରେ ଜୀବନ ପ୍ରମାଣପତ୍ର ଦାଖଲ କରିବାକୁ ପଡ଼ିବ।

ଏହି ପେନସନଭୋଗୀମାନେ ପାଇବେ ସୁବିଧା:

୨୦୧୯ ବର୍ଷ ପର୍ଯ୍ୟନ୍ତ, ପ୍ରତ୍ୟେକ ପେନସନଭୋଗୀଙ୍କ ପାଇଁ ନଭେମ୍ବର ମାସରେ ଜୀବନ ପ୍ରମାଣପତ୍ର ଦାଖଲ କରିବା ବାଧ୍ୟତାମୂଳକ ଥିଲା। କିନ୍ତୁ, ଡିସେମ୍ବରରେ ଏହି ନିୟମ ପରିବର୍ତ୍ତନ କରାଯାଇଥିଲା। ବର୍ତ୍ତମାନ ଆପଣ ଯେତେବେଳେ ଚାହିଁବେ ଲାଇଫ୍ ସାର୍ଟିଫିକେଟ୍ ଦାଖଲ କରିପାରିବେ। ଅନେକ ପେନସନଭୋଗୀ ଏଥିରୁ ବହୁତ ଉପକୃତ ହୋଇଛନ୍ତି। ଇପିଏଫ୍ ଏହାର ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲରୁ ଟ୍ୱିଟ୍ କରି ପେନ୍‌ସନ୍‌ଭୋଗୀଙ୍କୁ ସୂଚନା ଦେଇଛି। ଇପିଏଫଓ ଏହାର ଟ୍ୱିଟରେ କହିଛି, ‘EPS’95 ପେନସନଭୋଗୀମାନେ ଯେକୌଣସି ସମୟରେ ଜୀବନ ପ୍ରମାଣପତ୍ର ଏବେ ଦାଖଲ କରିପାରିବେ। ଯାହା ଦାଖଲ ତାରିଖ ଠାରୁ କେବଳ ୧ ବର୍ଷ ପର୍ଯ୍ୟନ୍ତ ବୈଧ ହେବ।

ଏବେ ଜାଣନ୍ତୁ ଏଥିପାଇଁ ଦରକାର ହେଉଥିବା ପ୍ରମାଣ ପତ୍ର:

-PPO ନମ୍ବର
-ଆଧାର ନମ୍ବର
-ବ୍ୟାଙ୍କ ଆକାଉଣ୍ଟ ନମ୍ବର
-ଆଧାର ଲିଙ୍କ୍ ନମ୍ବର

ଜୀବନ ସାର୍ଟିଫିକେଟ୍ କିପରି ଦାଖଲ କରିବେ:

EPFO ​​ପେନସନଭୋଗୀଙ୍କୁ ଜୀବନ ପ୍ରମାଣପତ୍ର ଦାଖଲ କରିବାର ଉପାୟ ବିଷୟରେ ମଧ୍ୟ କହିଛି।ପେନସନ୍‌ ପାଇବାକୁ ହେଲେ ଜୀବନ୍ତ ଥିବା ସାର୍ଟିଫିକେଟ ଦେବାକୁ ହେବ। ଏହି ସାର୍ଟିଫିକେଟକୁ ଜୀବନ ପ୍ରମାଣ ପତ୍ର କୁହାଯାଏ। EPFO ସାରା ଦେଶରେ ୬୫ ଲକ୍ଷ ପେନସନ ଉପଭୋକ୍ତାଙ୍କୁ ଆସ୍ୱସ୍ତି ଦେଇଛି। ଏବେ ପେନସନଧାରୀ ନିଜ ଘର ପାଖରେ ଥିବା କମନ ସର୍ଭିସ ସେଣ୍ଟରରେ ହିଁ ନିଜର ଜୀବନ ପ୍ରମାଣ ପତ୍ର ବନାଇପାରିବେ। ଇପିଏଫଓ କହିଛି ଯେ ପେନ୍‌ସନ୍‌ଭୋଗୀମାନେ ଯେକୌଣସି ପବ୍ଲିକ୍ ସର୍ଭିସ୍ ସେଣ୍ଟର (ସିଏସ୍ସି), ଡାକଘର, ନିକଟସ୍ଥ ଇପିଏଫ୍ ଅଫିସ୍, UMANG ଆପ୍ କିମ୍ବା ପେନ୍ସନ୍ ପେମେଣ୍ଟ ବ୍ୟାଙ୍କ ରେ ସେମାନଙ୍କ ଜୀବନ ପ୍ରମାଣପତ୍ର ଦାଖଲ କରିପାରିବେ। ସାରାଦେଶର ୩.୬୫ ଲକ୍ଷ କମନ ସର୍ଭିସ ସେଣ୍ଟର ବା ଜନସେବା କେନ୍ଦ୍ର ରହିଛି।

EPFO ଏହା ସହିତ ଟାଈଅପ୍‌ କରିଛି। ଆପଣ ଜନସେବା କେନ୍ଦ୍ରରୁ ହିଁ ଦସ୍ତାବିଜକୁ ଇଲେକଟ୍ରୋନିକ ରୂପରେ ନେଇପାରିବେ। ଏହାଛଡା ଆପଣ EPFOର ରିଜୋନାଲ ସେଣ୍ଟରରେ ମଧ୍ୟ ଜୀବନ ପ୍ରମାଣ ପତ୍ର ନେଇପାରିବେ। ଦେଶରେ ୧୨୫ ରିଜୋନାଲ ସେଣ୍ଟର ରହିଛି। ସେହିପରି ୧୧୭ ଜିଲ୍ଲା ରହିଛି ଯେଉଁଠି ଜିଲ୍ଲା ସ୍ତରୀୟ ଇପିଏଫଓ ଅଫିସ ରହିଛି। ସେଠାରେ ମଧ୍ୟ ଆପଣ କାମ କରିପାରିବେ। ଏହାଛଡା ଯେଉଁ ବ୍ୟାଙ୍କରେ ପେନସନ ମିଳିଥାଏ, ସେଠାରେ ମଧ୍ୟ ଆପଣ ଏହି କାମ କରିପାରିବେ।