ନୂଆଦିଲ୍ଲୀ/ଭୁବନେଶ୍ୱର: ଇଣ୍ଡିଆ ଟୁଡେ ଗ୍ରୁପ୍ ଦ୍ୱାରା ଆୟୋଜିତ ହୋଇଥିବା କାର୍ଯ୍ୟକ୍ରମରେ ଓଡ଼ିଶାକୁ ସ୍ୱଚ୍ଛତା କ୍ଷେତ୍ରରେ ସବୁଠାରୁ ବଡ଼ ରାଜ୍ୟ ଭାବେ ସମ୍ମାନିତ କରାଯାଇଛି ।
ନୂଆଦିଲ୍ଲୀରେ ଆୟୋଜିତ ହୋଇଥିବା “ଷ୍ଟେଟ ଅଫ୍ ଦି ଷ୍ଟେଟ୍ସ କନକ୍ଲେଭ ୨୦୧୯” କାର୍ଯ୍ୟକ୍ରମରେ ପଞ୍ଚାୟତିରାଜ, ପାନୀୟଜଳ, ଗୃହ ଓ ନଗର ଉନ୍ନୟନ ଓ ଆଇନ ମନ୍ତ୍ରୀ ପ୍ରତାପ ଜେନା ଯୋଗ ଦେଇ ଏହି ପୁରସ୍କାରକୁ ଗ୍ରହଣ କରିଛନ୍ତି । ଏହି ପୁରସ୍କାର ଜଳବାୟୁ ପରିବର୍ତନ, ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାବେଦକରଙ୍କ ଠାରୁ ଏହି ପୁରସ୍କାର ମନ୍ତ୍ରୀ ଜେନା ଗ୍ରହଣ କରିଛନ୍ତି । ପୁରସ୍କାର ଗ୍ରହଣ କରିବା ଅବସରରେ କହିଛନ୍ତି ଯେ, ମାନନୀୟ ଶ୍ରୀଯୁକ୍ତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୂରଦୃଷ୍ଟୀ ନେତୃତ୍ୱ ଜରିଆରେ ଆମ ରାଜ୍ୟର ବିକାଶ ହୋଇଛି । ତେବେ ରାଜ୍ୟକୁ ସ୍ୱଚ୍ଛତା ସହ ସୁନ୍ଦର କରିବା ପାଇଁ ଅଧିକରରୁ ଅଧିକ ଚେଷ୍ଟା କରାଯିବ ।