ସ୍ବାମୀ ସହ ବେଡରୁମରେ ଶୋଇଥିଲେ ପତ୍ନୀ,ହେଲେ ଅଧରାତିରେ ସ୍ବାମୀଙ୍କୁ ଛାଡି କିଏ ଜବର ଦସ୍ତ କରୁଥିଲା ରୋମାନ୍ସ…

ପାରୋଗାପାରା  : ରାତିରେ ପତିଙ୍କ ସହ ବେଡରୁମରେ ଶୋଇଥିଲେ ପତ୍ନୀ । ରାତି ଅଧରେ ହଟାତ କେହି ତାଙ୍କ ଶରୀରକୁ ଛୁଇଁଲେ । ଧିରେ ଧିରେ ଶରୀରର ଅନ୍ୟ ଅଙ୍ଗରେ ହସ୍ତ ଚାଳନା କଲେ । ଏମିତି ଅନୁଭବ କରି ମହିଳା ଜଣଙ୍କ ଭାବିଥିଲେ ତାଙ୍କ ସ୍ବାମୀ ତାଙ୍କ ସହ ରୋମାନ୍ସ କରୁଥିବେ । କାହିଁକି କେଜାଣି କିଛି ସମୟ ପରେ ମହିଳା ଜଣଙ୍କୁ ଟିକେ ଅଡୁଆ ଲାଗି ଥିଲା । ଆଉ ତା ପରେ ଆଖି ଖୋଲି ଯାହା ଦେଖିଥିଲେ ତାହା ସେ ନିଜକୁ ବିଶ୍ବାସ କରି ପାରି ନଥିଲେ । ତାଙ୍କ ସହ ରୋମାନ୍ସ ଆରମ୍ଭ କରୁଥିବା ଲୋକ ତାଙ୍କ ସ୍ବାମୀ ନଥିଲେ ଥିଲେ ଅନ୍ୟ ଜଣେ ଯୁବକ । ବାସ ଏତିକି ଜାଣି ଭୟରେ ଚିତ୍କାର କରି ଉଠିଥିଲେ ମହିଳା ।

ପତ୍ନୀଙ୍କ ଏପରି ଚିତ୍କାର ଶୁଣି ସ୍ବାମୀଙ୍କ ନିଦ ଭାଙ୍ଗି ଯାଇଥିଲା । ଉଭୟ ମିଶି ଯୁବକଙ୍କୁ ଧରିବାକୁ ଚେଷ୍ଟା କଲାବେଳେ ଖସିଯିବାକୁ ଉଦ୍ୟମ କରିଥିଲେ ବି ଧରା ପଡିଯାଇଥିଲା ଯୁବକ ।

ପୋଲିସ ଅଭିଯୁକ୍ତକୁ ଧରି  ତା ବିରୋଧରେ ୪୫୭ ଓ ୩୫୪ ଅନୁଯାଇ ମାମଲା ରୁଜ୍ଜୁ କରିଛି । ଅଭିଯୁକ୍ତର ନାଆଁ ହେଲା ଅଙ୍କିତ ସାହୁ ଓରଫ୍‌ ଲଲ୍ଲା ସାହୁ। ସେ ଅଞ୍ଚଳର ଅଧିବାସୀ। ଅଭିଯୋଗକାରିଣୀ ମହିଳା ବି ଛତିଶଗଡ଼ର ପାରୋଗାପାରା ଅଞ୍ଚଳର ବୋଲି ଜଣାଯାଇଛି।