ସମ୍ଭାବ୍ୟ ବାତ୍ୟା ସମ୍ପର୍କରେ ବିଶିଷ୍ଟ ପାଣିପାଗ ବିଜ୍ଞାନୀ ଶରତ ସାହୁ ସୂଚନା ଦେଇ କହିଛନ୍ତି ଯେ ମେ’ ୧୦ରେ ବାତ୍ୟା ଉପକୂଳ ନିକଟ ହେଲା ପରେ ଦିଗ ବଦଳାଇପାରେ। ଦିଗ ବଦଳାଇବାପରେ ବାତ୍ୟା ଦୁର୍ବଳ ହେବା ସମ୍ଭାବନା ରହିଛି। ସେହିପରି ବାତ୍ୟା ସ୍ଥଳଭାଗ ଛୁଇଁଲା ବେଳକୁ ଦୁର୍ବଳ ହୋଇସାରିଥିବା ଆକଳନ କରାଯାଇଛି।
ମେ’ ୧୦ ତାରିଖରେ ବାତ୍ୟା ଧୀରେ ଧୀରେ ଦୁର୍ବଳ ହେବା ସମ୍ଭାବନା ମଧ୍ୟ ରହିଛି। ତେବେ ମେ’ ୧୦ ତାରିଖ ଅପରାହ୍ଣରେ କଟକ ଓ ଭୁବନେଶ୍ୱରରେ ବାତ୍ୟାର ପ୍ରଭାବ ପଡ଼ିପାରେ। ମେ’ ୧୧ ତାରିଖ ପର୍ଯ୍ୟନ୍ତ ଉପକୂଳ ଓଡ଼ିଶାରେ ବର୍ଷା ଲାଗି ରହିବା ସମ୍ଭାବନା ରହିଛି ବୋଲି ବିଶିଷ୍ଟ ପାଣିପାଗ ବିଜ୍ଞାନୀ ଶରତ ସାହୁ ପ୍ରକାଶ କରିଛନ୍ତି।